ଜି-୨୦ ବୈଠକରେ ଯୋଗଦେବେ ନାହିଁ ଜାପାନ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ : (ସଂକେତ ଟିଭି ) ଜାପାନର ବୈଦେଶିକ ମନ୍ତ୍ରୀ ୟୋସିମାସା ହାୟାଶି ବୁଧବାର ଠାରୁ ଭାରତରେ ଆରମ୍ଭ ହେବାକୁ ଥିବା ଜି-୨୦ ଦେଶର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବେ ନାହିଁ। ଜାପାନ ସଂସଦରେ ବଜେଟ ଉପରେ ଆଲୋଚନା ହେଉଥିବା କାରଣରୁ ତାଙ୍କ ଭାରତ ଗସ୍ତକୁ ଜାପାନ ସରକାର ବାତିଲ କରିଛନ୍ତି। ତେବେ ଜାପାନର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜାପାନର ବୈଦେଶିକ ମନ୍ତ୍ରୀଙ୍କ ସ୍ଥାନରେ ଜଣେ ଉପ ମନ୍ତ୍ରୀ ଏହି ବୈଠକରେ ଯୋଗ ଦେଇପାରନ୍ତି।

ଜାପାନ ଗଣମାଧ୍ୟମ କହିଛି ଯେ ଜାପାନ ଚୀନ ବିରୋଧରେ ଏହାର ସୁରକ୍ଷା ତଥା ଭାରତ ସହ ସହଭାଗିତାକୁ ମଜବୁତ କରିବାରେ ବ୍ୟସ୍ତ ଅଛି। ଏଥି ସହିତ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି, ଏପରି ସମୟରେ ଜାପାନର ବୈଦେଶିକ ମନ୍ତ୍ରୀ ଜି-୨୦ ବୈଠକରେ ଅଂଶଗ୍ରହଣ ନ କଲେ ଜି-୨୦ ଦେଶକୁ ଭୁଲ ବାର୍ତ୍ତା ଯିବ। ଜାପାନର ବହୁ ଜନ ପ୍ରତିନିଧୀ ଏବଂ ସେଠାରେ ଥିବା ଲୋକମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ ଭାରତରେ ଆୟୋଜିତ ହେବାକୁ ଥିବା ଜି-୨୦ ବୈଠକରେ ଯୋଗ ନ ଦେଇ ବୈଦେଶିକ ମନ୍ତ୍ରୀ ଏକ ଭଲ ସୁଯୋଗ ହରାଉଛନ୍ତି।