ସ୍ତ୍ରୀକୁ ପିଟିପିଟି ମାରିବା ପରେ ନିଜ ବିଷ ପିଇ ଜୀବନ ହାରିଲା ସ୍ୱାମୀ

ବାଲେଶ୍ବର : (ସଂକେତ ଟିଭି) ସ୍ତ୍ରୀକୁ ପିଟିପିଟି ମାରିବା ପରେ ନିଜ ବିଷ ପିଇ ଜୀବନ ହାରିଲା ସ୍ୱାମୀ । ବାଲେଶ୍ବର ଜିଲ୍ଲା ଖଇରା ଥାନା ତିଳଦା ଗାଁରେ ଏଭଳି ଘଟଣା ଘଟିଛି । ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି ।

ସୂଚନା ଅନୁସାରେ, ବାବୁ ଦାସ ଓ ପତ୍ନୀ ମୀନା ଦାସ ପ୍ରାୟ ଦଶ ବର୍ଷ ହେବ ଏକାଠି ରହି ଆସୁଥିଲେ । ତେବେ ସୋମବାର ରାତିରେ ବାବୁ ଅତ୍ୟଧିକ ମଦ୍ୟପାନ କରି ଘରକୁ ଆସିବା ପରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ, ରାଗରେ ଉତକ୍ଷୀପ୍ତ ହୋଇ ସ୍ତ୍ରୀକୁ ବାଡେଇଥିଲା ସ୍ୱାମୀ । ସ୍ତ୍ରୀ ବାଡେଇବା ପରେ ବିଷ ପିଇ ଦେଇଥିଲା ସ୍ୱାମୀ । ତେବେ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଖଇରା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ସେହିଭଳି ବିଷ ପିଇବା ପରେ ଭଦ୍ରକ ମେଡ଼ିକାଲରେ ସ୍ୱାମୀଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ବି ତାଙ୍କର ମୃତ୍ୟୁ ହୋଇଛି ।