୨୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ପୋଲିସ ଏଏସ୍ଆଇ ଓ ହୋମ୍ଗାର୍ଡ
ବାଲେଶ୍ହର : (ସଂକେତ ଟିଭି) ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଏଏସଆଇ ଏବଂ ହୋମ୍ଗାର୍ଡଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ ।
ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନାର ଜଣେ ଏଏସଆଇ ରତିକାନ୍ତ ରାଉତ ଓ ହୋମଗାର୍ଡ ଶଶୀକାନ୍ତ ମହାପାତ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରା ପଡିଛନ୍ତି । ରେମୁଣା ଅଂଚଳର ଗୌରାଙ୍ଗ ମହାରଣାଙ୍କ ମେଟାଲ ଟ୍ରକ୍ ଛାଡ଼ିବା ପାଇଁ ଉଭୟ ୨୦ହଜାର ଟଙ୍କା ନେଉଥିବା ବେଳେ ବାଲେଶ୍ବର ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା । ଭିଜିଲାନ୍ସ ଡିଏସପି ମହେଶ୍ବର ସେଠୀଙ୍କ ନେତୃତ୍ବରେ ଏହି ଚଢାଉ ହୋଇଥିଲା ।