ଡିଜେ ମ୍ୟୁଜିକ୍ ହେଲା କାଳ, ବାହା ବେଦୀରେ ଟଳି ପଡିଲେ ବର
ଲକ୍ଷ୍ମୌ : (ସଂକେତ ଟିଭି) ଉଚ୍ଚ ଡେସିବର୍ ଡିଜେ ମ୍ୟୁଜିକ ଯୋଗୁଁ ବାହା ବେଦୀରେ ଜୀବନ ହାରିଛନ୍ତି ବର । ବିହାରର ସିତାମଢି ଅଂଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣକ ସୁରେନ୍ଦ୍ର କୁମାର ବୋଲି ଜଣାପଡିଛି । ତାଙ୍କୁ ତୁରନ୍ତ ସିତାମଢି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ସୂଚନା ଅନୁସାରେ, ଏହି ଘଟଣା ଗତ ବୁଧବାର ଦିନ ଘଟିଛି । ସୁରେନ୍ଦ୍ର ଏବଂ ତାଙ୍କ ନବବଧୁ ବିବାହ ବେଦୀରେ ଉଭୟେ ଉଭୟଙ୍କୁ ବରମାଳା ଅର୍ପଣ କରୁଥିବା ସମୟରେ ଡିଜେ ମ୍ୟୁଜିକ ଜୋରରେ ବାଜିଥିଲା । ତେବେ ବାହା ବେଦୀ ଉପରେ ସୁରେନ୍ଦ୍ର ଅସୁସ୍ଥ ଅନୁଭବ କରିଥିଲେ । ବାରମ୍ବାର ଅନୁରୋଧ ପରେ ମଧ୍ଯ ଡିଜେ ମ୍ୟୁଜିକ ବନ୍ଦ ହୋଇନଥିଲା । ଶେଷରେ ସୁରେନ୍ଦ୍ର ହୃଦଘାତ ଯୋଗୁଁ ଗୁରୁତର ଅବସ୍ଥାରେ ବେଦୀ ଉପରେ ଟଳି ପଡିଥିଲେ ।