EntertainmentLatest

ଅନ୍ୟ ହିରୋଙ୍କୁ ପସନ୍ଦ କରିବାରୁ ହୋଇଥିଲା ପ୍ରଭାସ ଓ ଅନୁଷ୍କାଙ୍କ ବ୍ରେକ୍‌ଅପ୍

ମୁମ୍ବାଇ : (ସଂକେତ ଟିଭି) ଦୀର୍ଘଦିନ ଧରି ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ବାହୁବଳୀ ମେଗାଷ୍ଟାର୍ ପ୍ରଭାସଙ୍କ ଓ ସାଇଥ୍ ସୁନ୍ଦରୀ ଅନୁଷ୍କା ସେଟ୍ଟୀଙ୍କୁ ନେଇ ଏବେ ନୂଆ ଖବର ଖୁଣିବାକୁ ମିଳିଛି । ଯାହା ଖୋଦ୍ ପ୍ରଭାସ ନିଜେ ଖୁଲାସା କରିଛନ୍ତି । ଉଭୟ ବିବାହ କରିନଥିବାରୁ ସିନେ ଜଗତରେ ଦୁହିଁଙ୍କ ବିବାହ ହେବାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଥିଲା । ହେଲେ ହଠାତ ଏହି ଚର୍ଚ୍ଚାର ଅବସାନ ଘଟିଲା । ଦୁହିଁଙ୍କ ପ୍ରେମ ସମ୍ପର୍କକୁ ନେଇ ଉଭୟ କୌଣସି ସୂଚନା ଦେଲେନି । ଧୀରେଧୀରେ ଦୁହେଁ ଦୁହିଁଙ୍କଠୁ ଦୂରେଇ ଗଲେ ।

ଦୂରେଇ ଯିବାର କାରଣ କହିଛନ୍ତି ପ୍ରଭାସ । ଅନୁଷ୍କା ଅନ୍ୟ ଜଣେ ବରିଷ୍ଠ ହିରୋଙ୍କୁ ପସନ୍ଦ କରୁଥିବା ଜାଣି ପ୍ରଭାସ ତାଙ୍କଠାରୁ ଦୂରେଇ ଯାଇଥିଲେ ବୋଲି କୁହାଯାଉଛି । ରିପୋର୍ଟ ଅନୁଯାୟୀ ପ୍ରଭାସ ଏବଂ ଅନୁଷ୍କାଙ୍କ ବ୍ରେକଅପ ଅନୁଷ୍କାଙ୍କ ପାଇଁ ହୋଇଥିଲା । ଅନୁଷ୍କା ଅନ୍ୟ ହିରୋଙ୍କୁ ପସନ୍ଦ କରୁଥିବା ଜାଣିବା ପରେ ପ୍ରଭାସ ଓ ଅନୁଷ୍କାଙ୍କ ମଧ୍ୟରେ ଝଗଡ଼ା ହେବା ସହ ପରେ ଦୁହେଁ ଏହାକୁ ଶାନ୍ତିପୂର୍ଣ୍ଣ ଭାବେ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଅନୁଷ୍କାଙ୍କ ନାଁ ହଟିବା ପରେ ଏବେ ପ୍ରଭାସଙ୍କ ନାଁ ଅଭିନେତ୍ରୀ କ୍ରିତି ସାନୋନଙ୍କ ସହ ଯୋଡା ଯାଉଛି । କ୍ରିତି ପ୍ରେମ ସମ୍ପର୍କ ଥିବା ନେଇ ଅସ୍ୱୀକାର କରିଥିଲେ ବି ଏପର୍ଯ୍ୟନ୍ତ ଦୁହିଁଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଛି । ଫିଲ୍ମ ‘ଭେଡିଆ’ର ପ୍ରମୋସନ ସମୟରେ କ୍ରିତି, ପ୍ରଭାସଙ୍କୁ ନେଇ କହିଥିବା କଥା ଦୁହିଁଙ୍କ ଡେଟିଂ ଚର୍ଚ୍ଚାକୁ ବଢ଼ାଇଥିଲା ।

ଏକ ସାକ୍ଷାତକାରରେ ଯେତେବେଳେ କ୍ରିତିଙ୍କୁ ପଚରା ଯାଇଥିଲେ ଯେ, ସେ ଟାଇଗର ଶ୍ରଫ୍‌, ପ୍ରଭାସ ଏବଂ କାର୍ତ୍ତିକ ଆରୟନଙ୍କ ମଧ୍ୟରୁ କାହା ସହିତ ଫ୍ଲର୍ଟ କରିବେ, ଡେଟ କରିବେ ଏବଂ ବିବାହ କରିବେ, ସେତେବେଳେ ‘ଆଦିପୁରୁଷ’ ଅଭିନେତ୍ରୀ କହିଥିଲେ ଯେ ସେ କାର୍ତ୍ତିକଙ୍କ ସହ ଫ୍ଲର୍ଟ କରିବେ, ଟାଇଗରଙ୍କୁ ଡେଟ କରିବେ ଏବଂ ପ୍ରଭାସଙ୍କୁ ବିବାହ କରିବେ । ତାଙ୍କର ଏହି ଉତ୍ତର ପରେ ଦୁହେଁ ପରସ୍ପର ସହ ପ୍ରେମ ସମ୍ପର୍କରେ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ମାତ୍ର ପ୍ରଭାସ ଓ ଅନୁଷ୍କାଙ୍କ ପ୍ରେମ ସମ୍ପର୍କ ନେଇ ତାଙ୍କ ଫ୍ୟାନ୍‌ମାନେ ବେଶ୍ ଉତ୍ସାହିତ ଥିଲେ । ଉଭୟ ବିବାହ କରନ୍ତୁ ବୋଲି ଫ୍ୟାନ୍‌ମାନେ ଚାହୁଁଥିଲେ । ମାତ୍ର ଅନୁଷ୍କା ଅନ୍ୟ ହିରୋଙ୍କୁ ପସନ୍ଦ କରୁଥିବା ଜାଣି ଫ୍ୟାନ୍‌ମାନେ ଅନୁଷ୍କାଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି ।