CulturalFeaturedLatest

ସିଂହକୁ ଆକ୍ରମଣ କଲା ଜଳହସ୍ତୀ, ତାପରେ ଯାହା ଘଟିଲା ଆପଣ ବିଶ୍ୱାସ କରିବେ ନାହିଁ , ଭିଡିଓ ଦେଖନ୍ତୁ

ନୂଆଦିଲ୍ଲୀ : (ସଂକେତ ଟିଭି) ଜଙ୍ଗଲର ରାଜା ସିଂହ । ତା ସହିତ ଜଙ୍ଗଲର କୌଣସି ପ୍ରାଣୀ ଲାଗିବା ପାଇଁ ସାହାସ କରନ୍ତି ନାହିଁ । ତେବେ ଯେତେବେଳେ ଗୋଟିଏ ଜଳହସ୍ତି ସିଂହ ଉପରେ ଆକ୍ରମଣ କରିବ ତାହା ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ଯ ହେବେ । ଅନଲାଇନରେ ଭାଇରାଲ ହୋଇଥିବା ଏକ ଭିଡିଓରେ ହଳହସ୍ତି ହ୍ରଦରୁ ପାଣି ପିଉଥିବା ସିଂହକୁ ଆକ୍ରମଣ କରିଥିଲା । ଭିଡିଓଟି ଦକ୍ଷିଣ ଆଫ୍ରିକାର କ୍ରୁଗେର ଜାତୀୟ ଉଦ୍ୟାନର ବୋଲି ଜଣାପଡିଛି ।

ତେବେ ଅନଲାଇନରେ ସେୟାର୍ ହେବା ପରେ ଇନଷ୍ଟାଗ୍ରାମ ବ୍ୟବହାରକାରୀମାନେ ଏହି କ୍ଲିପ୍ ଦେଖି ବେଶ୍ ଆଶ୍ଚର୍ଯ୍ଯ ହୋଇ ମନ୍ତବ୍ୟ ବିଭାଗରେ ସେମାନଙ୍କର ଭାବନା ବାଣ୍ଟିଥିଲେ । ଜଣେ ଉପଭୋକ୍ତା ଲେଖିଛନ୍ତି ଯେ, ସେ (ଜଳହସ୍ତି) ପଦକ ଜିତିବା ପରି ପଛକୁ ଫେରୁଛି। ଅନ୍ୟ ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି, ସେ କେବଳ ବସ୍ କିଏ ତାହା ସେମାନଙ୍କୁ ମନେ ପକାଇବାକୁ ଚାହୁଁଥିଲେ।