ଚୀଷୀଙ୍କ ପାଇଁ ଖୁସି ଖବର, ନାନୋ ଡିଏପିକୁ ମିଳିଲା କେନ୍ଦ୍ର ସରକାରଙ୍କ ମଞ୍ଜୁରୀ
ନୂଆଦିଲ୍ଲୀ : (ସଂକେତ ଟିଭି) କେନ୍ଦ୍ର ସରକାର ନାନୋ ଡିଏପି (ଡାଇ ଆମୋନିୟମ ଫସ୍ଫେଟ୍) କୁ ମଞ୍ଜୁରୀ ଦେଇଛନ୍ତି। ଫଳରେ ଡିଏପି ବ୍ୟାଗ୍ ସାର ଏବେ ତରଳ ଭାବେ ବୋତଲରେ ମିଳିପାରିବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି ଏହା ସାର କ୍ଷେତ୍ରରେ ଆତ୍ମନିର୍ଭରତା ବଢ଼ାଇବାର ଆଉ ଏକ ବଡ଼ ଉପଲବ୍ଧି। କେନ୍ଦ୍ର ସରକାର ନାନା ୟୁରିଆ ପରେ ଏବେ ନାନୋ ଡିଏପିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ସଫଳତା କୃଷକଙ୍କୁ ଅଧିକ ଲାଭ ଦେବ। ଏବେ ଗୋଟିଏ ବ୍ୟାଗ୍ ଡିଏପି ବି ଏକ ବୋତଲ ଡିଏପି ରୂପରେ ମିଳିବ।
କେନ୍ଦ୍ର ସରକାର ଇଫ୍କୋ ତିଆରି କରିଥିବା ନାନୋ ଡାଇ-ଆମୋନିଆ ଫସ୍ଫେଟ୍(ଡିଏପି)କୁ ଫର୍ଟିଲାଇଜର କଣ୍ଟ୍ରୋଲ ଅର୍ଡର (ସାର ନିୟନ୍ତ୍ରଣ ନିର୍ଦ୍ଦେଶ)ରେ ସାମିଲ୍ କରିଛନ୍ତି। ଫଳରେ କୃଷକଙ୍କ ପାଇଁ ଏହାର ବାଣିଜ୍ୟିକ ଉତ୍ପାଦନ ଓ ରିଲିଜର ରାସ୍ତା ଖୁଳିଛି।
ସୂଚନା ଅନୁସାରେ, ୟୁରିଆରେ ପରେ ଦେଶର କୃଷି କ୍ଷେତ୍ରରେ ଅଧିକ ଡିପିଏର ସାରର ଆବଶ୍ୟକତା ପଡ଼ିଥାଏ। ବର୍ଷକୁ ପାଖାପାଖି ୯୦ ଲକ୍ଷ ଟନ୍ ଡିଏପିର ଆବଶ୍ୟକତା ହୋଇଥାଏ। ଏଥିରୁ ଅଧିକାଂଶ ବିଦେଶରୁ ଆମଦାନୀ ହେଉଥିବା ବେଳେ ଦେଶରେ ତିଆରି ହୋଇଥିବା ସାର ପାଇଁ ଆବଶ୍ୟକ କଞ୍ଚାମାଲ ମଧ୍ୟ ବିଦେଶରୁ ଆମଦାନୀ କରାଯାଉଛି।