ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡା ବିମାନଯାତ୍ରାର ଶୁଭାରମ୍ଭ

ଭୁବନେଶ୍ବର : (ସଂକେତ ଟିଭି) ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡା ବିମାନଯାତ୍ରାର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦର ପରିସରରୁ ଏହି ବିମାନ ସେବାର ଶୁଭାରମ୍ଭ କରିଛନ୍ତି । ଆଜି ସକାଳ ୯ଟା ୩୦ରେ ଭୁବନେଶ୍ବର ବିମାନ ବନ୍ଦରରୁ ଛାଡ଼ି ୧୦ଟା ୨୦ରେ ଏହି ୯ସିଟ୍ ବିଶିଷ୍ଟ ବିମାନ ଆସି ରଙ୍ଗେଇଲୁଣ୍ଡାରେ ଅବତରଣ କରିଛି।

ଏହି ବିମାନ ଉଡାଣ ଦ୍ୱାରା ଭୁବନେଶ୍ୱରରୁ ବ୍ରହ୍ମପୁରକୁ ୧ ଘଣ୍ଟାର ଦୂରତା ହ୍ରାସ ପାଇଛି। ଆଜି ପଞ୍ଚାୟତିରାଜ ଦିବସ ଅବସରରେ ଭୁବନେଶ୍ବର-ରଙ୍ଗେଇଲୁଣ୍ଡା-ଭୁବନେଶ୍ବର ବିମାନ ଉଡ଼ାଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛି। ଏଥିପାଇଁ ଆଜି ଏହି ବିମାନ ବନ୍ଦରର ନାମ ଫଳକ ଲଗାଯାଇଛି। ଚାରିପଟ ପାଚେରିରେ ନୂଆ ରଙ୍ଗ ଲେପନ କରା ଯାଇଥିବା ବେଳେ ରନ୍‌ୱେକୁ ଧଳା ରଂଗରେ ଚିହ୍ନଟ କରାଯାଇଛି। ସମ୍ପୂର୍ଣ୍ଣ ବିମାନବନ୍ଦର ପରିସରକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ମଧ୍ୟ ନିୟୋଜିତ ହୋଇଛନ୍ତି।