ବିମାନ ଶୌଚାଳୟରୁ ଜବତ ହେଲା ୨ କୋଟି ଟଙ୍କାର ସୁନା ବିସ୍କୁଟ୍
ନୂଆଦିଲ୍ଲୀ : (ସଂକେତ ଟିଭି) ଦିଲ୍ଲୀସ୍ଥିତି ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଗୋଟାଏ ଆନ୍ତର୍ଜାତିକ ବିମାନର ଶୌଚାଳୟରୁ ଆଜି ୨ କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ ଜବତ ହୋଇଛି । କଷ୍ଟମ୍ ଅଧିକାରୀ କହିଛନ୍ତି ଯେ ଅନ୍ତର୍ଜାତୀୟ ବିମାନର ଶୌଚାଳୟରୁ ୪ଟି ସୁନା ବିସ୍କୁଟ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ।
ଅଧିକାରୀ କହିଛନ୍ତି ବିମାନ ଏହି ବିମାନ ଅନ୍ତର୍ଜାତୀୟ ରୁଟ୍ରେ ଚଳାଚଳ କରିଥାଏ। ବିଦେଶ ଯାତ୍ରାରୁ ଫେରିବା ପରେ ବିମାନ ଘରୋଇ ଉଡ଼ାଣ ମଧ୍ୟ ଭରିଥିଲା। ଯାହାପରେ ରବିବାର ସକାଳ ପ୍ରାୟ ୧୦ ଟାରେ ବିମାନ ଆଇଜିଆଇ ଟର୍ମିନାଲ-୨ରେ ପହଞ୍ଚିଥିଲା। ଆଉ ବିମାନର ସଫେଇ ସମୟରେ ବାଥରୁମ୍ ସିଙ୍କ୍ରେ ବନ୍ଦ ପ୍ୟାକେଟ୍ରେ କିଛି ରହିଥିବାର ଦେଖିବାକୁ ପାଇଥିଲେ କର୍ମଚାରୀ। ଯାହାପରେ କଷ୍ଟମ ଡିପାର୍ଟମେଣ୍ଟକୁ ସୂଚନା ଦିଆଯାଇଥିଲା ।
କଷ୍ଟମ ଅଧିକାରୀ ଶୌଚାଳୟରେ ଲାଗିଥିବା ସିଙ୍କ୍ ତଳେ ଥିବା ଏକ ପାଉଚ୍ ଜବତ କରିଥିଲେ। ଏହି ପାଉଚରେ ଚାରିଟି ସୁନାର ବିସ୍କୁଟ ରହିଥିଲା। ଯାହାର ଓଜନ ପ୍ରାୟ ୩୯୬୯ ଗ୍ରାମ୍ ଥିଲା। ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ ସୁନାର ୪ ଆୟତାକାର ବାର୍ର ସମୁଦାୟ ମୂଲ୍ୟ ୧ କୋଟି ୯୫ ଲକ୍ଷ ରହିଛି। ଜବତ ହୋଇଥିବା ସୁନାକୁ ଏହାର ପ୍ୟାକିଂ ସାମଗ୍ରୀ ସହ ସୀମା ଶୁଳ୍କ ଅଧନିୟମ ୧୯୬ ଧାରା ୧୧୦ ଅନୁଯାୟୀ ଜବତ କରାଯାଇଛି।