ଡାକୋଟା ବିମାନକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : (ସଂକେତ ଟିଭି) ପ୍ରବାଦ ପୁରୁଷ ତଥା ଓଡ଼ିଆ ମାଟିର ଗର୍ବ ଗୌରବ ମହାନାୟକ ବିଜୁ ପଟ୍ଟନାୟକଙ୍କ ପ୍ରିୟ ଡାକୋଟା ବିମାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବସାଧାରଣ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି।

ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦର ଟର୍ମିନାଲ୍-୧ ସାମ୍ନାରେ ଡାକୋଟା ବିମାନ ଶୋଭା ପାଉଛି। ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଓ ଲୋକଙ୍କ ପାଇଁ ଏହା ଅନ୍ୟତମ ଆକର୍ଷଣ କେନ୍ଦ୍ର ବିନ୍ଦୁ ସାଜିବ । ବିଜୁ ବାବୁଙ୍କ ବୀରତ୍ୱର କାହାଣୀ କହିବ ଏହି ଡାକୋଟା ବିମାନ । ନୂଆପିଢ଼ିମାନେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୀବନୀ, ଇଣ୍ଡୋନେସିଆରେ ବିଜୁଙ୍କ ବୀରତ୍ୱ ଗାଥା ବାବଦରେ ଜାଣିପାରିବେ । କିଛି ଦିନ ତଳେ ଓଡିଶା ସରକାର ଏହାକୁ କୋଲକାତାରୁ ଓଡିଶାକୁ ଆଣିଥିଲେ । ପରେ ଏହାକୁ କାମ କରାଯାଇ ବିମାନବନ୍ଦର ପରିସରରେ ରଖାଯାଇଛି ।