EntertainmentFeaturedLatest

ସୁଟିଂ ସେଟରେ ଆହତ ହେଲେ ବିଗ୍ ବି ଅମିତାଭ ବଚ୍ଚନ

ହାଇଦ୍ରାବାଦ : (ସଂକେତ ଟିଭି) ବଲିଉଡର ବିଗ ବି ଅମିତାଭ ବଚ୍ଚନ ହାଇଦ୍ରାବାଦ ସୁଟିଂ ସେଟରେ ଆହତ ହୋଇଛନ୍ତି । ଏନେଇ ନିଜେ ବିଗ ବି ଏକ ବ୍ଲଗ କରି ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ରହିଥିବା ବେଳେ ସେ ଘରେ ରହିଥିବା ନେଇ ଫ୍ୟାନ୍ସମାନଙ୍କୁ କହିଛନ୍ତି ।

ସେ ବ୍ଲଗରେ କହିଛନ୍ତି ହାଇଦ୍ରାବାଦରେ ପ୍ରୋଜେକ୍ଟ କେର ସୁଟିଂ ଚାଲିଥିବା ସମୟରେ ମୁଁ ଆହତ ହୋଇଛି । ଆକ୍ସନ ସର୍ଟ ସମୟରେ ମୋତେ ଆଘାତ ଲାଗିଥିଲା । ଛାତି ହାଡ ଭାଙ୍ଗିଯିବା ସହ ମାଂସପେଶୀରେ ଆଘାତ ଲାଗିଥିଲା । ଫଳରେ ସୁଟିଂକୁ ଅଧାରୁ ବାତିଲ କରାଯାଇଥିଲା । ଏହାପରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲକୁ ଯାଇ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସିଟିସ୍କାନ କରିଥିଲି । ଏହାପରେ ମୁଁ ଘରକୁ ଫେରିଛି । ଡାକ୍ତର ବେଡ ରେଷ୍ଟ ପାଇଁ ପରାମର୍ଶ ଦେଇଥିବାରୁ ମୁଁ ସୁଟିଂ ବାତିଲ କରିଛି । ଏହା ବହୁତ କଷ୍ଟଦାୟକ ଚଳପ୍ରଚଳ ସହ ନିଶ୍ବାସ ନେବାରେ ମୋତେ କଷ୍ଟ ହେଉଛି । କିଛି ଦିନ ପରେ ପୁଣି ପୂର୍ବପରି ଫେରିବି । ମୋତେ ଦୁଃଖର ସହ କହିବାକୁ ପଡୁଛି ଯେ ମୋ ସହ ଦେଖା କରିବା ପାଇଁ ଘର ସାମ୍ନାରେ ଫ୍ୟାନ୍ସମାନେ ଭିଡ ଜମାଇଥିଲେ । କିନ୍ତୁ ମୁଁ ଅସୁସ୍ଥ ରହିଥିବାରୁ ଦେଖା କରିପାରିଲି ନାହିଁ । ମୁଁ ସୁସ୍ଥ ହେବା ପରେ ନିଶ୍ଚୟ ଦେଖା କରିବି ।

ବିଗ ବିଙ୍କ ଅଭିନିତ ପ୍ରୋଜେକ୍ଟ କେ ୨୦୨୩ରେ ରିଲିଜ ହେବା ନେଇ କୁହାଯାଉଥିଲା । ପ୍ରଭାସ ଏଥିରେ ଲିଡ ରୋଲରେ ଥିଲେ । ଏହାସହ ବଲିଉଡ ସୁନ୍ଦରୀ ଦୀପିକା ପାଦୁକୋନ ଏବଂ ଦିଶା ପଟାନୀ ମଧ୍ୟ ସହ ଅଭିନେତ୍ରୀ ଭାବେ ନଜର ଆସିବେ ।

ପ୍ରକାଶଥାଉକି ପ୍ରୋଜେକ୍ଟ କେ ନାଗା ଅଶ୍ବିନଙ୍କ ସାଇନ୍ସ ଫାଇ ଫିଲ୍ମ ଅଟେ । ମହାଶିବରାତ୍ରୀ ଅବସରରେ ନାଗା ଅଶ୍ବିନଙ୍କ ପ୍ୟାନ ଇଣ୍ଡିଆ ଫିଲ୍ମ ପ୍ରୋଜେକ୍ଟ କେ ର ରିଲିଜ ତାରିଖ ଘୋଷଣା କରାଯାଇଥିଲା । ୨୦୨୪ ଜାନୁଆରୀ ୧୨ ତାରିଖରେ ସିନେମା ହଲରେ ରିଲିଜ ହେବ ବୋଲି କୁହାଯାଇଛି ।