ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବରୀ ଦେବୀଙ୍କ ଘରେ ସିବିଆଇ ଚଢାଉ
ପାଟନା : (ସଂକେତ ଟିଭି) ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ବିହାର ପାଟନା ସ୍ଥିତ ଘରେ ସିବିଆଇ ଚଢାଉ କରିଛି । ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ସିବିଆଇ ପଚରାଉଚରା ହେଉଥିବା ଜଣାପଡିଛି । କିଛି ଦିନ ତଳେ ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କୁ ସମନ ହୋଇଥିଲା । ଏହାସହିତ ମାମଲାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାର ପାଇଁ ସମସ୍ୟା ବଢିଥିଲା ।
ଫେବ୍ରୁଆରି ୨୭ ତାରିଖ ଦିନ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ପତ୍ନୀ ରାବ୍ରୀ ଦେବୀ ଏବଂ ବଡ ଝିଅ ତଥା ରାଜ୍ୟସଭା ସାଂସଦ ମିସା ଭାରତୀଙ୍କୁ ସମନ ଜାରି କରିଥିଲେ । ମାର୍ଚ ୧୫ ତାରିଖ ଦିନ ଅଦାଲତରେ ହାଜର ହେବା ପାଇଁ ସ୍ପେସାଲ୍ ଜଜ୍ ଗୀତାଞ୍ଜଳି ଗୋଏଲ୍ ଉକ୍ତ ସମନ୍ରେ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ସିବିଆଇ ରାବ୍ରୀ ଦେବୀଙ୍କ ଘରେ ପହଞ୍ଚି ମାମଲାରେ ପଚରାଉଚରା କରିଛି । ଏନେଇ ଜଣେ ସିବିଆଇ ଅଧିକାରୀ ସୂଚନା ଦେଇଛନ୍ତି ।
ସିବିଆଇ ତଦନ୍ତ ସମ୍ପର୍କରେ ରାବ୍ରିଙ୍କ ପୁଅ ତଥା ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଗଣମାଧ୍ୟମକୁ କହିଛନ୍ତି, ଆପଣ କୁହନ୍ତୁ ଯେ ମନ୍ତ୍ରୀ ଦସ୍ତଖତ କରିଦେଲେ ଜଣେ ଚାକିରି ପାଇଯିବ କି? ଯେଉଁ ଦିନ ଆମର ମହାମେଣ୍ଟ ସରକାର ଗଠନ ହୋଇଥିଲା, ସେଦିନ ସେ କହିଥିଲେ ଯେ ଏହି ପ୍ରକ୍ରିୟା ଜାରି ରହିବ। ଯଦି ଆପଣ ଭାଜପା ସହିତ ରୁହନ୍ତି ତେବେ ରାଜା ହରିଶ୍ଚନ୍ଦ୍ର। ଯଦି ଭାଜପାକୁ ପ୍ରଶ୍ନ କରନ୍ତି, ତେବେ ଏହିପରି ଘଟେ। କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। ସମୟ ଉପରେ ତୁମେ ଯାହା ଆକଳନ କରିବାକୁ ଚାହୁଁଛ ତାହା କର। ଏହା କିଛି ଫରକ ପକାଇବ ନାହିଁ। ବିହାରର ଲୋକମାନେ ଏହା ଉପରେ ନଜର ରଖିଛନ୍ତି। କୌଣସି ସ୍କାମ ହୋଇନାହିଁ।