ତିହାର ଜେଲ୍ ଗଲେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ

ନୂଆଦିଲ୍ଲୀ : (ସଂକେତ ଟିଭି) ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ୭ଦିନ ରିମାଣ୍ଡ ପରେ ଜେଲ ଯାଇଛନ୍ତି । ଦିଲ୍ଲୀର ରାଉଜ ଆବେନ୍ୟୁ କୋର୍ଟ ୨୦ ମାର୍ଚ୍ଚ ଯାଏଁ ସିସୋଦିଆଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଏବେ ସେ ତିହାର ଜେଲରେ ରହିବେ । ଅନ୍ୟପଟେ ହାଇକୋର୍ଟ ଆସନ୍ତା ୧୦ତାରିଖରେ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି କରିବେ ।

ସୂଚନା ଅନୁସାରେ, ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗତ ୨୬ ତାରିଖରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ଗିରଫ କରିଥିଲା । ଦିଲ୍ଲୀ ଅବକାରୀ ନୀତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କ୍ରମେ ଉପରାଜ୍ୟପାଳ ଭିକେ ସକ୍ସେନା ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ସିବିଆଇ ବ୍ୟତୀତ ଇଡି ମଧ୍ୟ ଘଟଣାର ତଦନ୍ତ କରୁଛି । ସିବିଆଇ ଦ୍ୱାରା ଗିରଫ ହେବା ପରେ ସିସୋଦିଆ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।