ବାଣ ବିସ୍ଫୋରଣରେ ୪ ମୃତ, ୪ ଗୁରୁତର
ଭୁବନେଶ୍ବର : (ସଂକେତ ଟିଭି) ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଥିବା ଜଣାଯାଇଛି। ଏହି ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ଆହତଙ୍କ ମଧ୍ୟରେ ଭୁଷଣ୍ଡପୁରର ମହେଶ୍ୱର ବେହେରା (୨୪), ଦୋଳଗୋବିନ୍ଦ ବେହେରା (୬୦), ସୁଦର୍ଶନ ବେହେରା (୩୬) ଏବଂ ଅନ୍ୟଜଣେ ରହିଛନ୍ତି। ଆହତ ମାନଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
ଦୋଳ ପୂର୍ଣ୍ଣିମା ପାଇଁ ଭୁଷଣ୍ଡପୁରରେ ଆୟୋଜନ ହୋଇଥାଏ ଆତସବାଜୀ ପ୍ରତିଯୋଗିତା ହୋଇଥାଏ । ଆସନ୍ତାକାଲି ଦୋଳ ପୂର୍ଣ୍ଣିମା ଥିବାରୁ ଭୁଷଣ୍ଡପୁରରେ ହେବାକୁ ଥିବା ଆତସବାଜି ପାଇଁ ବାଣ ପ୍ରସ୍ତୁତି ଚାଲିଥିଲା । ଏଥିରେ ୮ରୁ ଉର୍ଦ୍ଧ୍ବ ଲୋକ ସାମିଲ ହୋଇଥିଲେ। ତେବେ ଦିନ ପ୍ରାୟ ୧୧ଟା ସମୟରେ ଅଚାନକ ବିସ୍ଫୋରଣ ହୋଇଥିଲା । ଏନେଇ ଖବର ପାଇ ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।