ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନେଫିୟୁ ରିଓ
କୋହିମା : (ସଂକେତ ଟିଭି) ନେଫିୟୁ ରିଓ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହା ସହ ରିଓ ସେଠାରେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ସମ୍ମୁଖରେ ରାଜ୍ୟପାଳ ଲା ଗେନେସନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଛନ୍ତି ।
ଆଜିର କାର୍ଯ୍ୟକ୍ରମ ରାଜଧାନୀ ଶିଲଂର ସାସ୍କୃତିକ ହଲରେ ଆୟଜୋନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଏକାଧିକ କେନ୍ଦ୍ରୀୟ ମନ୍ତ୍ରୀ ଓ ପ୍ରାୟ ସମସ୍ତ ଉତ୍ତରପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅଂଶଗ୍ରହଣ କାରଣରୁ ରାଜଧାନୀ କୋହିମା ସମେତ ସମଗ୍ର ରାଜ୍ୟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କେନ୍ଦ୍ରୀୟ ମନ୍ତ୍ରୀଙ୍କ ବ୍ୟତୀତ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଅରୁଣାଚଳ ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ ମଣିପୁର ମୁଖ୍ୟମନ୍ତ୍ରୀ ଏନବିରେନ ସିଂସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ପ୍ରମୁଖ ମଧ୍ୟ ଏହି ଶପଥ ଗ୍ରହଣ ସମାରୋହରେ ଅଂଶଗ୍ରହଣ କରିଥିଲେ ।
ନାଗାଲାଣ୍ଡରେ ମୋଟ 60 ଆସନ ମଧ୍ୟରୁ ନିପ୍ଯୁ ରିଓଙ୍କ ନେତୃତ୍ବାଧୀନ ମେଣ୍ଟ ମୋଟ 37 ଆସନ ହାସଲ କରି କ୍ଷମତା ବଜାୟ ରଖିବାରେ ସଫଳ ହୋଇଛି । ନିପ୍ୟୁ ରିଓଙ୍କ ଦଳ ଜାତୀୟ ଗଣତାନ୍ତ୍ରିକ ପ୍ରଗତିଶୀଳ ପାର୍ଟି NDPP ଏକାକୀ 25 ଆସନ ହାତେଇବାରେ ସଫଳ ହୋଇଛି । ଯାହା ଦଳର ଗତ ନିର୍ବାଚନ 2018 ରେ ପ୍ରଦର୍ଶନ ଠାରୁ ସାମାନ୍ୟ ଭଲ ରହିଛି । ସେହିପରି ନିପ୍ୟୁଙ୍କ ଦଳର ସହଯୋଗୀ ଥିବା ଭାରତୀୟ ଜନତା ପାର୍ଟି ମୋଟ 12 ଆସନରେ ଜିତିବାରେ ସଫଳତା ପାଇଛି ।