୭ ଘଣ୍ଟିଆ ‘ଭାରତ ବଞ୍ଚାଅ’ ଧ୍ୟାନରେ ବସିଲେ ଅରବିନ୍ଦ କେଜ୍ରିୱାଲ
ନୂଆଦିଲ୍ଲୀ : (ସଂକେତ ଟିଭି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ପୂର୍ବାହ୍ନ ୧୦ଟାରୁ ୭ ଘଣ୍ଟିଆ ‘ଭାରତ ବଞ୍ଚାଅ’ ଧ୍ୟାନ କରିଛନ୍ତି।
କେଜ୍ରିୱାଲଙ୍କ ଆମ୍ ଆଦ୍ମୀ ପାର୍ଟି (ଆପ୍) ଟ୍ଵିଟରରେ କେଜ୍ରିୱାଲଙ୍କ ଧ୍ୟାନର ଫଟୋ ଶେୟାର କରି କହିଛି, ଆଜି (ବୁଧବାର) କେଜ୍ରିୱାଲଜୀ ଦେଶ ପାଇଁ ପ୍ରାର୍ଥନା କରିବେ। ଧ୍ୟାନ ଆରମ୍ଭ କରିବା ପୂର୍ବରୁ କେଜ୍ରିୱାଲ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ମଙ୍ଗଳବାର କେଜ୍ରିୱାଲ କହିଥିଲେ ଯେ ଭଲ କାମ କରୁଥିବା ଲୋକଙ୍କୁ ଗିରଫ କରାଯାଉଛି। ବିପାସନାକୁ ଭାରତର ସବୁଠାରୁ ପୁରାତନ ଧ୍ୟାନ ପଦ୍ଧତି ମଧ୍ୟରୁ ଅନ୍ୟତମ ବୋଲି କୁହାଯାଏ। ଦଳର ନେତା ସତ୍ୟେନ୍ଦ୍ର ଜୈନ ଓ ମନୀଷ ସିସୋଦିଆଙ୍କ ଗିରଫଦାରୀ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ମଙ୍ଗଳବାର ଘୋଷଣା କରିଥିଲେଯେ ସେ ଆଜି ଧ୍ୟାନ କରିବେ ଏବଂ ହୋଲି ପାଳନ କରିବେ ନାହିଁ।
ଏକ ଭିଡିଓ ବାର୍ତ୍ତାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦେଶର ସ୍ଥିତି ଚିନ୍ତାଜନକ ଏବଂ ସେଥିପାଇଁ ସେ ଦେଶ ପାଇଁ ପ୍ରାର୍ଥନା କରିବେ। କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି ଯେ ସିସୋଦିଆ ଏବଂ ଜୈନ ଜେଲରେ ଅଛନ୍ତି କିନ୍ତୁ ଆଦାନୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।
ଯେଉଁ ଦେଶରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଉତ୍ତମ ଶିକ୍ଷା ଓ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେଉଥିବା ଲୋକଙ୍କୁ ଜେଲକୁ ପଠାଉଛନ୍ତି ଏବଂ ଦେଶକୁ ଲୁଟ୍ କରୁଥିବା ଲୋକଙ୍କୁ ସାହାଯ୍ୟ କରୁଛନ୍ତି, ତାହା ଚିନ୍ତାଜନକ । ମୁଁ ଧ୍ୟାନ କରି ଦେଶ ପାଇଁ ପ୍ରାର୍ଥନା କରିବି। ଯଦି ଆପଣ ମଧ୍ୟ ଭାବୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାହା କରୁଛନ୍ତି ତାହା ଭୁଲ ଏବଂ ଆପଣ ମଧ୍ୟ ଦେଶ ପାଇଁ ଚିନ୍ତିତ ଅଛନ୍ତି, ତେବେ ମୁଁ ଆପଣଙ୍କୁ ଅନୁରୋଧ କରୁଛି, ହୋଲି ପାଳନ କରିବା ପରେ ଦୟାକରି ଦେଶ ପାଇଁ ପ୍ରାର୍ଥନା କରିବା ପାଇଁ ସମୟ ବାହାର କରନ୍ତୁ।
ଜୈନ ଓ ସିସୋଦିଆ ଜେଲରେ ଥିବାରୁ ସେ ଚିନ୍ତିତ ନୁହଁନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେମାନେ ସାହସୀ ଏବଂ ଦେଶ ପାଇଁ ନିଜ ଜୀବନ ବଳିଦାନ ଦେବାକୁ ପ୍ରସ୍ତୁତ ଅଛନ୍ତି।