ସ୍ତ୍ରୀ ଉପରେ ସାନିଜାଇଜର ଢାଳି ନିଆଁ ଲଗାଇଲା ସ୍ବାମୀ

ହାଇଦ୍ରାବାଦ : (ସଂକେତ ଟିଭି) ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀ ଦେହରେ ସାନିଟାଇଜର ଢାଳି ନିଆଁ ଲଗାଇଦେଲା ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ହାଇଦ୍ରାବାଦ ମେଡଚଲ ପୋଲିସ ଷ୍ଟେସନ ଅଞ୍ଚଳରୁ । ଘଟଣା ସମୟର ପୁରା ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ସେପଟେ ପିତାଙ୍କ ବିରୋଧରେ ଥାନାରେ ଏତଲା ଦେଲା ଝିଅ ।

ସୂଚନା ଅନୁସାରେ, ମେଡଚଲ ଥାନା ଅଞ୍ଚଳରେ ଥିରୁନାଗରି ନରେନ୍ଦ୍ର ସ୍ତ୍ରୀ ନାଭ୍ୟା ଶ୍ରୀ ଏବଂ ତାଙ୍କ ଦୁଇଝିଅ ମେଘନା ଏବଂ ଚନ୍ଦନା ରହୁଥିଲେ । ଦୁହେଁ ହସ ଖୁସିରେ ଜୀବନ ବିତାଉଥିଲେ । ହେଲେ ପାରିବାରିକ କଳହ ପରିବାରରକି ଛାରଖାର କରିଦେଲା । ଗତ ୧୮ ତାରିଖରେ କୌଣସି ଏକ କାରଣ ପାଇଁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ନିଜ କ୍ରୋଧକୁ ସହ୍ୟ କରିନପାରି ସ୍ବାମୀ ସ୍ତ୍ରୀ ଉପରେ ସାନିଟାଇଜର ଢାଳି ନିଆଁ ଲଗାଇ ଦେଇଥିଲା । ଦୁଇଝିଅ ବାପାଙ୍କୁ ରୋକିବା ପାଇଁ ଶତ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ବାପା ଶୁଣିନଥିଲା ।

ତେବେ ସ୍ଥାନୀୟ ଲୋକେ ଏହା ଦେଖିବା ପରେ ନାଭ୍ୟାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ତାଙ୍କ ଝିଅ ପୋଡଶୀଙ୍କ ସାହାଯ୍ୟ ନେଇ ମାଆଙ୍କୁ ଉଦ୍ଧାର କରି ଗାନ୍ଧି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ନାଭ୍ୟାଙ୍କୁ ବଞ୍ଚାଇବା ପାଇଁ ମଧ୍ୟ ଡାକ୍ତର ଆପ୍ରାଣ ଉଦ୍ୟମ କରିଥିଲେ । କିନ୍ତୁ ୨୦ଦିନ ଜୀବନ ମରଣ ସହ ସଂଘର୍ଷ କରିବା ପରେ ଶେଷରେ ନାଭ୍ୟା ଆଖି ବୁଜିଛନ୍ତି । ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନଆସିବା ଯୋଗୁଁ ମୃତ୍ୟୁ ହୋଇଥିବା ନେଇ ଡାକ୍ତର କହିଥିଲେ ।

ଏନେଇ ନାଭ୍ୟାଙ୍କ ଦୁଇ ଝିଅ ବାପାଙ୍କ ବିରୋଧରେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଚନ୍ଦନା ଏବଂ ମେଘା ସ୍ଥାନୀୟ ପୋଲିସ ଷ୍ଟେସନରେ ବାପାଙ୍କ ବିରୋଧରେ ଏତଲା ଦାଖଲ କରିଛନ୍ତି । ପୋଲିସ ଅଭିଯୋଗ ମୁତାବକ ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣାର ସମ୍ପୁର୍ଣ୍ଣ ଭିଡିଓ ସିସିଟିଭିରେ କଏଦ ହୋଇଛି । ନରେନ୍ଦ୍ର ନାଭ୍ୟାଙ୍କ ଉପରେ ସାନିଟାଇଜର ଢାଳି ପୋଡିଦେଇଥିବା ନେଇ ସିସିଟିଭି କ୍ୟାମେରାରେ କଏଦ ଭିଡିଓରେ ସ୍ପଷ୍ଟ ଜଣାପଡୁଥିବା ଜଣାପଡିଛି ।