ନେପାଳର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ରାମ ଚନ୍ଦ୍ର ପାଉଡେଲ
ନୂଆଦିଲ୍ଲୀ : (ସଂକେତ ଟିଭି) ନେପାଳର ରାଷ୍ଟ୍ରପତି ଭାବେ ରାମ ଚନ୍ଦ୍ର ପାଉଡେଲ ନିର୍ବାଚିତ ହୋଇଛନ୍ତି। ନେପାଳୀ କଂଗ୍ରେସର ରାମ ଚନ୍ଦ୍ର ପାଉଡେଲ ନେପାଳର ତୃତୀୟ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ନେପାଳୀ କଂଗ୍ରେସ ଓ ସିପିଏନ ସମେତ ୮ଟି ରାଜନୈତିକ ଦଳର ମିଳିତ ପ୍ରାର୍ଥୀ ଭାବେ ଶ୍ରୀ ପାଉଡେଲ ଫେଡେରାଲ ସଭ୍ୟଙ୍କ ୩୧୩ଟିରୁ ୨୧୪ଟି ଭୋଟ ପାଇଥିବା ବେଳେ ଆସେମ୍ବ୍ଲି ସଭ୍ୟଙ୍କ ୫୧୮ଟିରୁ ୩୫୨ଟି ଭୋଟ ପାଇଛନ୍ତି। ଆଜି ସେଠାରେ ରାଷ୍ଟ୍ରପତି ପଦ ପାଇଁ ହୋଇଥିବା ମତଦାନ ପ୍ରକ୍ରିୟାରେ ଉଭୟ ସଂସଦୀୟ ଏବଂ ସ୍ଥାନୀୟ ଅଞ୍ଚଳ ମତଦାନ ପାଇଁ ଅଲଗା ମତଦାନ କେନ୍ଦ୍ର କରାଯାଇଥିଲା।