ୟୁପି ଷ୍ଟାଇଲରେ ବୁଲଡୋଜର ଲଗାଇ ପୋଲିସ ଭାଙ୍ଗିଲା ଗ୍ୟାଙ୍ଗଷ୍ଟର ଟିମନର ଘର
ବଲାଙ୍ଗୀର : (ସଂକେତ ଟିଭି) ୟୁପି ଷ୍ଟାଇଲରେ ଓଡିଶା ପୋଲିସ ବଲାଙ୍ଗୀରରେ ଗ୍ୟାଙ୍ଗଷ୍ଟର ଟିମନର ଘରକୁ ବୁଲଡୋଜର ଲଗାଇ ଭାଙ୍ଗି ଦେଇଛି ।
ସୂଚନା ଅନୁଯାୟୀ, ବଲାଙ୍ଗୀରର କୁଖ୍ୟାତ ଅପରାଧୀ ଓ ଜମି ମାଫିଆ ଟିମନ କୁମ୍ଭାର ସାମ୍ରାଜ୍ୟ ଉପରେ ବୁଲଡୋଜର୍ ବୁଲିଛି। ବେଆଇନ ଭାବରେ ତିଆରି ହୋଇଥିବା ଘର ସହ ଅଫିସକୁ ଭାଙ୍ଗି ଦିଆଯାଇଛି । ସରକାରୀ ଜମିକୁ କବଜା କରି ତିଆରି ହୋଇଥିବା ଲର୍କୀପାଲିର ଅଲିସାନ ଘର ସହ ପଥରଚେପାରେ ଥିବା ଅଫିସରେ ଅପରାଧିକ କାର୍ଯ୍ୟକଳାପ ଚାଲିଥିବା ପୋଲିସ ସୂଚନା ଦେଇଛି । ଟିମନ ନାଁ ରେ NSA ଲାଗିଛି । ଏବେ ଟିମନ ଜେଲ୍ ରେ ଅଛି।