ସିଲିକନ ଭ୍ୟାଲି ବ୍ୟାଙ୍କରେ ଲାଗିଲା ତାଲା
ଓ୍ବାଶିଂଟନ: (ସଂକେତ ଟିଭି) ଆମେରିକାରେ ଶ୍ରେଷ୍ଠ ୧୬ତମ ସ୍ଥାନରେ ରହିଥିବା ସିଲିକମ ଭ୍ୟାଲି ବ୍ୟାଙ୍କରୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାଲିଫର୍ଣ୍ଣିଆର ଡିପାର୍ଟମେଣ୍ଟ ଅଫ୍ ଫାଇନାନ୍ସିଆଲ ପ୍ରୋଟେକ୍ସନ ଆଣ୍ଡ ଇନୋଭେସନ ପକ୍ଷରୁ ଏସଭିବିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ଫେଡେରାଲ ଡିପୋଜିଟ ଇନସୁରାନ୍ସ କର୍ପୋରେସନକୁ ବ୍ୟାଙ୍କର ରିସିଭର କରାଯାଇଛି ।
ସୂଚନା ଅନୁସାରେ, ବ୍ୟାଙ୍କର ୨୦୯ ବିଲିୟନ ଡଲାରର ରହିଛି ସମ୍ପତ୍ତି ସିଲିକମ ଭ୍ୟାଲି ଆମେରିକା ବ୍ୟାଙ୍କ ତାଲିକାରେ ୧୬ତମ ସ୍ଥାନରେ ରହିଛି । ୨୦୦୮ ଆର୍ଥିକ ସଙ୍କଟ ପରେ ଏହା ଦ୍ବିତୀୟ ବଡ ବ୍ୟାଙ୍କ ଭାବେ ବିଫଳ ହୋଇଛି । ଓ୍ବାଶିଂଟନ ମିଚ୍ୟୁଆଲ ବ୍ୟାଙ୍କ ପରେ ଏହା ଦ୍ବିତୀୟ । ବ୍ୟାଙ୍କ ନିକଟରେ ୨୦୯ ବିଲିୟନ ଡଲାରର ସମ୍ପତ୍ତି ରହିଛି । ଏହାସହ ୧୭୫୪ ବିଲିୟନ ଡଲାରର ଜମା ରାଶି ରହିଛି । ଏହି ବ୍ୟାଙ୍କ ବୈଷୟିକ କମ୍ପାନୀ ଏବଂ ପୁଞ୍ଜି ବିନିଯୋଗ କରୁଥିବା କମ୍ପାନୀକୁ ଆର୍ଥିକ ସହାୟତା ପ୍ରଦାନ କରୁଥିଲା ।
ଫେଡେରାଲ ବ୍ୟାଙ୍କର ସୁଧହାର ବୃଦ୍ଧିର ପ୍ରଭାବ ଆମେରିକାର ଫେଡେରାଲ ବ୍ୟାଙ୍କ ସୁଧହାର ବୃଦ୍ଧି କରିବା ଫଳରେ ସିଲିକମ ଭ୍ୟାଲି ବ୍ୟାଙ୍କକୁ ଝଟକା ଲାଗିଛି । କମ ସୁଧହାର ହୋଇଯିବା ଯୋଗୁଁ ନିବେଶକମାନେ ନିବେଶ ପାଇଁ ଅନାଗ୍ରହ ପ୍ରକାଶ କରିଛନ୍ତି । ଫଳରେ ହଠାତ ଏହି ବ୍ୟାଙ୍କର ସେୟାର ହ୍ରାସ ପାଇଛି । ସେୟାର ପାଖାପାଖି ୭୦ ପ୍ରତିଶତ ହ୍ରାସ ପାଇଥିବା ବେଳେ ନିବେଶଙ୍କ ମଧ୍ୟରେ ଛନକା ପଶିଛି । ଜମାକାରୀ ଫେରିପାଇବେ ଟଙ୍କା ଏନେଇ ଆମେରିକା ନିୟାମକ କହିଛନ୍ତି ଜମାକାରୀଙ୍କ ଜମା ଟଙ୍କା ବ୍ୟାଙ୍କର ସୁରକ୍ଷିତ ରଖିବା ପାଇଁ ଏସଭିବି ବ୍ୟାଙ୍କକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଜମାକାରୀଙ୍କ ଟଙ୍କା ଫେରସ୍ତ କରିବା ପାଇଁ ବ୍ୟାଙ୍କର ୨୧୦ ବିଲିୟନ ଡଲାର ବିକ୍ରୟ କରିବା ପାଇଁ ଯୋଜନା କରାଯାଉଛି । ଆମେରିକାର ଫେଡେରାଲ୍ ଜମା ବୀମା ନିଗମକୁ ଏହି ଦାୟିତ୍ବ ଦିଆଯାଇଛି । ଏହାକୁ ବ୍ୟାଙ୍କର ରିସିଭର ଭାବେ ନିଯୁକ୍ତ କରାଯାଇଛି ।
ଏଫଡିଆସି ପକ୍ଷରୁ କୁହାଯାଇଛି ଯେ ସିଲିକନ ଭ୍ୟାଲିର ସମସ୍ତ ଶାଖାକୁ ଆସନ୍ତା ୧୩ ତାରିଖ ଦିନ ଖୋଲାଯିବ । ବିମାଭୁକ୍ତ ନିବେଶକମାନେ ଆକାଉଣ୍ଟର ପରିଚାଳନା କରିପାରିବେ । ପ୍ରକାଶଥାଉକି ଶୁକ୍ରବାର ଦିନ ଆମେରିକାର ଷ୍ଟକ ମାର୍କେଟରେ ସେୟାର ୬୬ ପ୍ରତିଶତ ହ୍ରାସ ପାଇଥିଲା । ଏହାପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ । ଭାରତ ଉପରେ ମଧ୍ୟ ପଡିବ ପ୍ରଭାବ ୨୦୦୮ ପରେ ଏହା ହେଉଛି ଦ୍ବିତୀୟ ଘଟଣା । ସିଲିକନ ଭ୍ୟାଲି ବ୍ୟାଙ୍କ ବନ୍ଦ ହେବା ପରେ ଭାରତ ଉପରେ ମଧ୍ୟ ଏହାର ପ୍ରଭାବ ପଡିବ । ଭାରତର ପେଟିଏମ ନାପଟୋଲ ବ୍ଲୁଷ୍ଟୋନ ଭଳି ଅଗ୍ରଣୀ କମ୍ପାନୀ ଗୁଡିକରେ ଏହି କମ୍ପାନୀ ପୁଞ୍ଜି ବିନିଯୋଗ କରିଛି । ଟ୍ରାକ୍ସନର ତଥ୍ୟ ଅନୁସାରେ ଭାରତରେ ଅତିକମରେ ୨୧ଟି କମ୍ପାନୀରେ ଏଫଭିବି ପୁଞ୍ଜି ବିନିଯୋଗ କରିଛନ୍ତି ।