ୱାର୍ଡ ସଭ୍ୟଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ, ବାଇକ୍ ପୋଡିଦେଲେ ଦୃର୍ବୃତ୍ତ
ବାଲେଶ୍ବର : (ସଂକେତ ଟିଭି)ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଡ଼ାଲଙ୍ଗ ଗ୍ରାମର ୬ନଂ ୱାର୍ଡ ସଭ୍ୟଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ ସହ ଦୁର୍ବୁତ୍ତମାନେ ବାଇକକୁ ପୋଡିଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ୱାର୍ଡ ସଭ୍ୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଡ଼ାଲଙ୍ଗ ଗ୍ରାମର ୬ନଂ ୱାର୍ଡ ସଭ୍ୟ ଦୀପକ ପାଣିଗ୍ରାହୀ ଏକ ସମାଧାନ ବୈଠକ ସାରି ଜଳଦା ପଞ୍ଚାୟତ ସମ୍ପେଇ ଗ୍ରାମରେ ଘରକୁ ଫେରୁଥିବା ବେଳେ ତାଙ୍କୁ ଆକ୍ରମଣ ହୋଇଛି । ତୁଟ ମୁନିପଦାଠାରେ ୭ରୁ ଉର୍ଦ୍ଧ୍ବ ଯୁବକ ମୁଁହରେ ଲୁଗା ବାନ୍ଧି ଭୁଜାଲି ଓ ପାଇପରେ ଆକ୍ରମଣ କରିଥିଲେ । ଦୀପକ ଜୀବନ ବିକଳରେ ଦୌଡ଼ିଥିବା ବେଳେ ଦୁର୍ବୃତ୍ତ ମଧ୍ୟ ତାକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରି ତାଙ୍କ ବାଇକଟିକୁ ପୋଡି ଫେରାର ହୋଇଯାଇଥିଲେ । ଚିତ୍କାର ଶୁଣି ପାଖ ଲୋକମାନେ ଗୁରୁତର ଅବସ୍ଥାରେ ଦୀପକକୁ ଖଇରା ମେଡିକାଲରେ ଭର୍ତ୍ତି କରିଛନ୍ତି । ଆକ୍ରମଣରେ ଦୀପକଙ୍କର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ନେଇ ଦେଖିବାକୁ ମିଳିଛି । କିଛି ଦିନ ତଳେ ତୁଡ଼ିଗଡିଆ ବଜାରରେ କିଛି ଗଣ୍ଡଗୋଳକୁ ନେଇ ତୁଟ ଗ୍ରାମର କିଛି ଯୁବକ ସହିତ ଦୀପକଙ୍କର ସହିତ ମନାନ୍ତର ହୋଇଥିଲା । ସେହି ଘଟଣାକୁ ନେଇ ଦୀପକକୁ ଆକ୍ରମଣ ହୋଇଥିବା ନେଇ ସନ୍ଦେହ କରାଯାଉଛି । ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।