ବିଜେପିରେ ମିଶିଲେ ଅଭିନେତ୍ରୀ ଜିନା ଓ ତାଙ୍କ ସ୍ବାମୀ ରୁଦ୍ର ପାଣିଗ୍ରାହୀ

ବାଲେଶ୍ବର : (ସଂକେତ ଟିଭି) ଓଲିଉଡ୍ ଅଭିନେତ୍ରୀ ଜିନା ସାମଲ ଓ ତାଙ୍କ ସ୍ବାମୀ ରୁଦ୍ର ପାଣିଗ୍ରାହୀ ବିଜେପିରେ ଯୋଗଦେଇଛନ୍ତି । ବାଲେଶ୍ବରର ଏକ କଲ୍ୟାଣ ମଣ୍ଡପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଆୟୋଜିତ ମିଶ୍ରଣ ପର୍ବରେ ଉଭୟ ବିଜେପିରେ ସାମିଲ ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ଏହି ମିଶ୍ରଣ ପର୍ବରେ ସେମାନଙ୍କ ସହ ପ୍ରାୟ ୩୦୦ରୁ ଊର୍ଧ୍ବ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।

ଏହି ମିଶ୍ରଣ ପର୍ବରେ ଦୁଇ କଳାକାରଙ୍କ ସମେତ ପୂର୍ବତନ ଜିଏସଟି କମିଶନର ତଥା ଇଡିର ଡେପୁଟି ଡାଇରେକ୍ଟର ବିଜୟ କୁମାର ମଲ୍ଲିକ, ମମତା ପଣ୍ଡା -ଏଆର.ଡି.ଏମ ରିଲାଏନ୍ସ, ପାର୍ଥ ସାରଥୀ ଜେନା, ଅମିତା ସାମଲ, ସାଗତ ସାମଲ,ପ୍ରିୟଙ୍କା ସାମଲ, ଅନିଲ କୁମାର ଗାୟନ, ଲଖନ ଚନ୍ଦ୍ର ଦାସ, ରାଧାକୃଷ୍ଣ ଦାସ, ସୁବାସ ଧାମୁଣ୍ଡିଆ, ସୁନିଲ ଦାସ, ଚନ୍ଦନ ଦାସ, ପ୍ରଦ୍ୟୁମ୍ନ ଦାସ, ଶିରିସ ମହାନ୍ତି, ଚନ୍ଦନ ଭାୟା, ମମତା ଦେ,ମଞ୍ଜୁଲତା ଭାୟା, କନକଲତା ଭାୟା, ସପନ କୁମାର ଭାୟା, ତପନ ଭାୟା, ଦୂର୍ଗେସ ବାରିକ, କାଶୀନାଥ ସୋରେନ, ରାବଣ ହାଁସଦା, ପଞ୍ଚାନନ ପ୍ରାମାଣିକ, ବିବେକ ପ୍ରାମାଣିକ, ଶ୍ରୀଧର ଧଳ, ଶମ୍ଭୁନାଥ ଖଟୁଆ, ପାଲୁ ଡାଡ,ଗୁଣ ମିଶ୍ର, ପାର୍ଗଣା , ଗୌତମ ତୁଆଲ, ହରେକୃଷ୍ଣ ଜେନା, ହରିଶ ଚନ୍ଦ୍ର ଦାସ, ରବୀନ୍ଦ୍ର ଜେନା, ମନ୍ମଥ ପ୍ରଧାନ, ସୁଶାନ୍ତ ଗିରି, ନିତ୍ୟାନନ୍ଦ ଗିରି, ମୃତ୍ୟୁଞ୍ଜୟ ଗିରି, ନିମାଇ ଦତ୍ତ, ବିଜୟ ଜେନା, ଧନଞ୍ଜୟ ଜେନା, ବିଜୟିନୀ ଦାସ ସମେତ ଜଳେଶର ଏବଂ ଭୋଗଗରାଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ୩୦୦ରୁ ଊଦ୍ଧର୍‌ବ କର୍ମୀ ବିଜେଡି ଏବଂ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି।

ଉକ୍ତ ମିଶ୍ରଣ ପର୍ବରେ ଜିଲା ସଭାପତି ଉମାକାନ୍ତ ମହାପାତ୍ର, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଶୋଭନା ମହାନ୍ତି, ଜିଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଈଶ୍ୱର ଚନ୍ଦ୍ର ବେହେରା, ସୁନିଲ କର, ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ଲମ୍ବୋଦର ନାୟକ, ସୁଷମା ବିଶାଳ, ପ୍ରବୀର ପ୍ରଧାନ, ସତ୍ୟଜିତ ମିଶ୍ର, ରାଜେଶ ମହାପାତ୍ର, ମମତା ମହାପାତ୍ର, ଚିତ୍ତରଞ୍ଜନ ପଣ୍ଡା, ପ୍ରଦୀପ ପଣ୍ଡା, ସୁଶାନ୍ତ ରୋ, ବିଜୟ ସାହୁ, ସୁସ୍ମିତା ପଣ୍ଡା, ସିପ୍ରା ମହାପାତ୍ର, ସଂଯୁକ୍ତା ମହାପାତ୍ର, ମୃତ୍ୟୁଞ୍ଜୟ ଜେନା, ବିପିନ ମାରାଣ୍ଡି, ସମର ଶଙ୍କର କାନୁନଗୋ, ଶ୍ରୀନିବାସ ପ୍ରଧାନ, ଅରୂପ ଜେନା, ଅନିଲ ମହାନ୍ତି, ରଣଜିତ ପୃଷ୍ଟି, ଖଗେନ୍ଦ୍ର ନାୟକ, ନାରାୟଣ ମହନ୍ତ, ସୁବୋଧ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ଆଲବମ୍‌ଜଗତରେ ଖ୍ୟାତି ଅର୍ଜନ କରିବା ପରେ ଜିନା ‘ଫେରିଆ ମୋ ସୁନାଭଉଣୀ’ ସିନେମା ଜରିଆରେ ଓଲିଉଡରେ ନାୟିକା ସାଜିଥିଲେ। ପରେ ସେ ଏକ ସ୍ବୟମ୍ବର ଶୋ’ କରି ଅଭିନେତା ରୁଦ୍ରଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଥିଲେ। ପୂର୍ବରୁ ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ମହାଶ୍ବେତା ରାୟ, ଅପରାଜିତା ମହାନ୍ତି, ପିଙ୍କି ପ୍ରଧାନ, ଅଶ୍ରୁମୋଚନ ମହାନ୍ତି, ଅନୁ ଚୌଧୁରୀ, ଶ୍ରୀତମ୍ ଦାସ ଓ ଅଖିଳ ପଟ୍ଟନାୟକ ପ୍ରମୁଖ ବିଜେପି ସାମିଲ ହୋଇଛନ୍ତି ।