ରାସ୍ତା ତଳକୁ ଓଲଟିଲା ଇନ୍ଦ୍ରାଣୀ ବସ୍ : ୨୫ ଆହତ, ୪ ଗୁରୁତର
ବାରିପଦା : (ସଂକେତ ଟିଭି) ମୟୂରଭଞ୍ଜ ଜିଲ୍ଲା ବାରିପଦା-ବେତନଟୀ ରାସ୍ତାର ୧୮ନଂ ଜାତୀୟ ରାଜପଥ କୃଷ୍ଣଚନ୍ଦ୍ରପୁର ନିକଟରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଛି । ଫଳରେ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ରାଇରଙ୍ଗପୁରରୁ ଭୁବନେଶ୍ୱର ଯାଉଥିବା ଇନ୍ଦ୍ରାଣୀ ନାମ ଯାତ୍ରୀବାହୀ ବସ୍ଟି ୧୮ନଂ ଜାତୀୟ ରାଜପଥର ବେତନଟୀ ଥାନା ଅଧୀନ କେସିପୁର ରେଳ ଓଭରବ୍ରିଜ ପାରିହେବା ପରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵକୁ ଓଲଟି ପଡିଥିଲା। ସ୍ଥାନୀୟ ଲୋକ ଦୁର୍ଘଟଣା ନେଇ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳପରେ ପହଞ୍ଚି ବସ୍ରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ପ୍ରଥମେ କେସିପୁର ଡାକ୍ତରଖାନା ଓ ପରେ ବାରିପଦା ପିଆରଏମ ମେଡ଼ିକାଲ କଲେଜ ତଥା ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ରାଇରଙ୍ଗପୁରରୁ ଭୁବନେଶ୍ୱର ଯାଉଥିବା ଇନ୍ଦ୍ରାଣୀ ବସ୍ରେ ୫୦ରୁ ଅଧିକ ଯାତ୍ରୀ ରହିଥିବା ବେଳେ ଦୁର୍ଘଟଣାରେ ୨୫ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ବସ୍କୁ ଜବତ କରି ତଦନ୍ତ କରୁଥିବା ବେଳେ ଚକ ଫାଟି ଯିବାରୁ ବସ୍ଟି ଓଲଟି ପଡିଥିବା ଜଣାପଡିଛି।