FeaturedLatestSports

କ୍ରମାଗତ ଦ୍ବିତୀୟ ଥର ପାଇଁ ‘ଡବ୍ଲୁଟିସି’ ଫାଇନାଲ୍‌କୁ ଗଲା ଭାରତ

ନୂଆଦିଲ୍ଲୀ : (ସଂକେତ ଟିଭି) ଭାରତ କ୍ରମାଗତ ଦ୍ବିତୀୟ ଥର ପାଇଁ ‘ୱାର୍ଲଡ୍‌ ଟେଷ୍ଟ୍‌ ଚାମ୍ପିଅନ୍‌’ରେ (ଡବ୍ଲୁଟିସି) ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି। ‘ଡବ୍ଲୁଟିସି’କୁ ଯିବା ପାଇଁ ଚୂଡ଼ାନ୍ତ ମ୍ୟାଚ୍‌ରେ ପ୍ରତି‌ଦ୍ବନ୍ଦ୍ବିତା କରୁଥିବା ଶ୍ରୀଲଙ୍କା ଆଜି ନିଉଜିଲାଣ୍ଡ୍‌ରେ ‘୨-ସିରିଜ୍‌’ବିଶିଷ୍ଟ ଟେଷ୍ଟ୍‌ ମ୍ୟାଚ୍‌ର ପ୍ରଥମ ଟେଷ୍ଟ୍‌ରେ ପରାସ୍ତ ହେବା ପରେ ଭାରତକୁ ଉପରୋକ୍ତ ସୁଯୋଗ ମିଳିପାରିଛି। କ୍ରିଷ୍ଟ୍‌ଚର୍ଚରେ ଅନୁଷ୍ଠିତ ଆଜିର ମ୍ୟାଚ୍‌ରେ ନିଉଜିଲାଣ୍ଡ୍‌ ଶ୍ରୀଲଙ୍କାକୁ ଶେଷ ମୁହୂର୍ତ୍ତରେ ଅତି ରୋମାଞ୍ଚକର ଭାବେ ୨ ୱିକେଟ୍‌ରେ ପରାସ୍ତ କରିଛି।

୬୮.୫୨ ‘ପର୍ସେଣ୍ଟେଜ୍‌ ପଏଣ୍ଟ୍‌’ (ପିସିଟି) ହାସଲ୍‌ କରି ଅଷ୍ଟ୍ରେଲିଆ ‘ଡବ୍ଲୁଟିସି’ ତାଲିକାରେ ସର୍ବାଗ୍ରେ ରହିଛି। ଭାରତ ୬୦.୨୯ ପଏଣ୍ଟ ସହିତ ଦ୍ବିତୀୟ ସ୍ଥାନରେ ରହିଛି । ଏହି ଫାଇନାଲ ମ୍ୟାଚ ବ୍ରିଟେନର କେନସିଙ୍ଗଟନ ଓଭାଲ ଷ୍ଟାଡିୟମରେ ଜୁନ ୩ ତାରିଖରୁ ଖେଳାଯିବ । ବିରାଟ କୋହଲିଙ୍କ ଅଧିନାୟକତ୍ବରେ ୨୦୨୧ରେ ଭାରତ ‘ଡବ୍ଲୁଟିସି’କୁ ଯିବାକୁ ଯୋଗ୍ୟ ବିବେଚିତ ହୋଇଥିଲା, କିନ୍ତୁ ଚୂଡ଼ାନ୍ତ ମ୍ୟାଚ୍‌ରେ ନିଉଜିଲାଣ୍ଡ୍‌ଠାରୁ ପରାସ୍ତ ହୋଇଥିଲା।