ହାତ ଯୋଡୁଛି, ବିଳମ୍ବ ନକରି ଦୂରେଇ ଯାଅ ; ବର୍ଷାଙ୍କୁ ଅନୁରୋଧ କଲେ ଅନୁଭବ
ଭୁବନେଶ୍ବର : (ସଂକେତ ଟିଭି) ବର୍ଷା ପ୍ରିୟଦର୍ଶନୀଙ୍କ ସହ ପାରିବାରିକ ବିବାଦକୁ ନେଇ ସବୁବେଳେ ଆଲୋଚନାରେ ଥିବା ଅନୁଭବ ମହାନ୍ତି ଆଜି ଏକ ଟ୍ୱିଟ କରିଛନ୍ତି । ଏହି ଟ୍ବିଟରେ ସେ ବର୍ଷାଙ୍କୁ ଜଲଦି ଭଲରେ ଅଲଗା ହୋଇଯିବା ପାଇଁ ଅନୁରୋଧ କରିଛନ୍ତି ।
ନିଜ ସୋସିଆଲ ମିଡ଼ିଆରେ ସେୟାର କରିଥିବା ଟ୍ୱିଟରେ ଅନୁଭବ ଲେଖିଛନ୍ତି ଯେ ତାଙ୍କ ବାପାଙ୍କ ଦେହ ବହୁତ ଅସୁସ୍ଥ । ସେ ବର୍ତ୍ତମାନ ଅସୁସ୍ଥ ଅଛନ୍ତି । ବିଳମ୍ୱ ନକରି ଭଳରେ ଅଲଗା ହୋଇଯିବା ପାଇଁ ବର୍ଷାଙ୍କୁ ଅନୁରୋଧ କରିଛନ୍ତି ।
ସେ କହିଛନ୍ତି, ପିତାମାତା ସବୁବେଳେ ପିଲାମାନଙ୍କର ସୁଖ ଚାହାଁନ୍ତି । ଆମେ ଜାଣୁ କିଏ ଠିକ୍ ଓ କିଏ ଭୁଲ୍! ମୋ ବାପା ଆଇସିୟୁରେ ଅଛନ୍ତି ଓ ବହୁତ ଗୁରୁତର । ମୁଁ ତୁମକୁ ହାତ ଯୋଡି଼ ଅନୁରୋଧ କରୁଛି । ବିଳମ୍ବ ନକରି ସୌହାର୍ଦ୍ଦପୂର୍ଣ୍ଣ ଢଙ୍ଗରେ ଅଲଗା ହୋଇଯିବା ଉଚିତ । ସବୁ କିଛି ଶେଷ ହେବା ପୂର୍ବରୁ ମୋ ବାପା ମାଙ୍କୁ ଶାନ୍ତିରେ ନିଶ୍ୱାସ ମାରିବାକୁ ଦିଅ । ମହାପ୍ରଭୁ ତମକୁ ଆଶୀର୍ବାଦ କରିବେ । ଏହା ସହ ଏଥିରେ ସେ ବର୍ଷାଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି ।