ଭୋଗରାଇ ବିଧାୟକ ଅନନ୍ତ ଦାସ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ବର : (ସଂକେତ ଟିଭି) ଭୋଗରାଇ ବିଧାୟକ ଅନନ୍ତ ଦାସ ଅସୁସ୍ଥ ହୋଇଛନ୍ତି । ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ୨୦୦୪ ନିର୍ବାଚନରୁ ଲଗାତର ଭାବେ ଅନନ୍ତ ଦାସ ଭୋଗରାଇ ଆସନରୁ ଜିତି ଆସୁଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାରରେ ଚିପ୍ ହ୍ବିପ ଏବଂ କ୍ୟାବିନେଟ୍ ମନ୍ତ୍ରୀ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି । ଗତ ୨୦୧୯ ନିର୍ବାଚନରେ ସେ ମୋଟ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ସତ୍ୟ ଶିବ ଦାସଙ୍କୁ ପରାଜିତ କରିଥିଲେ।