ମାର୍ଗଦର୍ଶି ଚିଟ୍ ଫଣ୍ଡ କମ୍ପାନୀ ଅଧ୍ୟକ୍ଷ ରାମୋଜୀ ରାଓ ଏବଂ ବୋହୂଙ୍କ ନାଁରେ ମାମଲା ରୁଜୁ

ବିଜୟଓ୍ବାଡ଼ା: (ସଂକେତ ଟିଭି) ଆନ୍ଧ୍ରପ୍ରଦେଶ ମାର୍ଗଦର୍ଶି ଚିଟ୍ ଫଣ୍ଡ ପ୍ରାଇଭେଟ୍ ଲିମିଟେଡ୍ ର ଅଧ୍ୟକ୍ଷ ଚେରୁକୁରି ରାମୋଜୀ ରାଓ, ତାଙ୍କ ବୋହୂ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଚେରୁକୁରି ଶୈଲାଜା ଏବଂ କମ୍ପାନୀର ସମସ୍ତ ଶାଖା ପରିଚାଳକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । । ମିଚ୍ୟୁଆଲ୍ ଫଣ୍ଡର ବିସ୍ଥାପନ, ଯାହା ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟମ ଉଲ୍ଲଙ୍ଘନ କରୁଥିବାରୁ କମ୍ପାନୀ ଉପରେ ଆନ୍ଧ୍ରପ୍ରଦେଶର ଅପରାଧ ଯାଞ୍ଚ ଏଜେନ୍ସି (ସିଆଇଡି) ଆକ୍ସନ ନେଇଛି ।

ସିଆଇଡି ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ ବର୍ଷ ଅକ୍ଟୋବର ଏବଂ ନଭେମ୍ବରରେ ମାର୍ଗଦର୍ଶି ଚିଟ୍ ଫଣ୍ଡ ପ୍ରାଇଭେଟ୍ ଲିମିଟେଡ କର୍ଯ୍ୟାଳୟରେ ଷ୍ଟାମ୍ପ ଓ ରେଜିଷ୍ଟାର ବିଭାଗ ଛାପମାରୀ କରିଥିଲା । ଏହା ସହିତ ବିଭିନ୍ନ ଜିଲ୍ଲାର ସହାୟକ ରେଜିଷ୍ଟାର ମଧ୍ୟ ବିଭିନ୍ନ ମାମଲା ରୁଜୁ କରିବା ପରେ ସିଆଇଡି ଆକ୍ସନ ନେଇଛି ।

ଆଇପିସି ଧାରା ୧୨୦ (B), ୪୦୯, ୪୨୦, ୪୭୭(A), ୩୪, ଅନ୍ଧ୍ରପ୍ରଦେଶ ଜମାକାରୀଙ୍କ ସୁରକ୍ଷା ଧାରା ୫ ଏବଂ ଚିଟ୍ ଫଣ୍ଡ ଅଧିନିୟମ ୧୯୮୨ ଧାରା ୭୬, ୭୯ ଆଧାରରେ ମାମଲା ରୁଜୁ କରାଯାଇଛି । ଯେଉଁଥିରେ MCFPL ଅଧ୍ୟକ୍ଷ ଚେରୁକୁରି ରାମୋଜୀ ରାଓଙ୍କ ନାଁ ପ୍ରଥମରେ ରହିଛି । ପରେ ବୋହୂ ଚେରୁକୁରି ଶୈଲାଜା ଏବଂ ବିଭିନ୍ନ ଶାଖା ପରିଚାଳକଙ୍କ ନାଁରେ ସିଆଇଡି ମାମଲା ରୁଜୁ କରିଛି ।