ଚାଇନାରେ ପୁଣି ଲଗାଯିବ ଲକଡାଉନ

ବେଜିଂ: (ସଂକେତ ଟିଭି) ଚାଇନାର ଶିଆନ୍ ସହରରେ ଇନଫ୍ଲୁଏଞ୍ଜା ଗତ ଏକ ସପ୍ତାହ ହେବ ବୃଦ୍ଧି ପାଇବାରେ ଲାଗିଛି । ଶିଆନର ଜନସଂଖ୍ୟା ପ୍ରାୟ ୧.୩ କୋଟି । ସରକାରୀ ସଂଖ୍ୟା ଅନୁଯାୟୀ, ଲଗାତାର ୬ ସପ୍ତାହ ହେବ ପଜିଟିଭିଟି ରେଟରେ ବୃଦ୍ଧି ଘଟିଛି ।

ସୂଚନା ଅନୁଯାୟୀ, ଚାଇନିଜ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନଶନ କହିଛି ଫ୍ଲୁର ପଜିଟିଭିଟି ରେଟ ଗତ ସପ୍ତାହରେ ୨୫.୧ ପ୍ରତିଶତ ବଢି ଚଳିତ ସପ୍ତାହରେ ୪୧.୬ ପ୍ରତିଶତ ହୋଇଯାଇଛି । ଯେତେବେଳେ ଚାଇନାରେ କରୋନା ସଂକ୍ରମଣ କମିବାରେ ଲାଗିଛି ସେତେବେଳେ ଫ୍ଲୁର ସଂକ୍ରମଣ ବଢିବାରେ ଲାଗିଛି । ଶିଶୁମାନେ ଏଥିରେ ଆକ୍ରାନ୍ତ ହେବା ଓ ଆଣ୍ଟିଭାଇରାଲ ଔଷଧ କମ କାରଣରୁ ଚାଇନାର ଅଧିକାଂଶ ସ୍କୁଲକୁ ବନ୍ଦ କରି ଦିଆଯାଇଛି । ଏପଟେ ସବୁଠାରୁ ଅଧିକ ପ୍ରଭାବିତ ସହର ଶିଆନରେ ସଂକ୍ରମଣରେ ବୃଦ୍ଧି କାରଣରୁ ଏହାକୁ ରୋକିବାକୁ ଲକଡାଉନ ଲଗାଇବାକୁ ଘୋଷଣା କରାଯାଇଛି । କରୋନା ପାଇଁ ଯେଉଁଭଳି ଲକଡାଉନ ଲଗାଯାଇଥିଲା ଏଥିରେ ମଧ୍ୟ ସେହିପରି ଲକଡାଉନ ଲଗାଯିବ ।