FeaturedLatestSports

ଦିନିକିଆକୁ ୪୦ ଓଭର ହ୍ରାସ କରିବା ଉଚିତ

ନୂଆଦିଲ୍ଲୀ : (ସଂକେତ ଟିଭି) ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍ ଆଉ ୭ ମାସରୁ ମଧ୍ୟ କମ୍ ସମୟ ରହିଛି ଏହାରି ଭିତରେ ଟିମ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍‌ର ରବି ଶାସ୍ତ୍ରୀଙ୍କ ଏକ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ ଏହି ଟୁର୍ନାମେଣ୍ଟକୁ ନୂତନତା ଦେବା ପାଇଁ ଆଇସିସି ଭବିଷ୍ୟତରେ ଦିନିକିଆକୁ ୪୦- ୪୦ ଓଭର କରିଦେବା ଆବଶ୍ୟକ ।

ସେ କହିଛନ୍ତି, ଦିନିକିଆ କ୍ରିକେଟକୁ ବଞ୍ଚାଇ ରଖିବା ପାଇଁ ଭବିଷ୍ୟତରେ ୧୦ ଓଭର ହ୍ରାସ କରାଯାଇ ୪୦-୪୦ ଓଭରର ମ୍ୟାଚ କରିଦେବା ଆବଶ୍ୟକ । ଶାସ୍ତ୍ରୀ ଆହୁରି କହିଛନ୍ତି, ଦିନିକିଆରେ ଦର୍ଶକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ଓଭର ହ୍ରାସ କରିବାର ଆବଶ୍ୟକତା ଅଛି । ସେ କହିଛନ୍ତି, ଯେତେବେଳେ କପିଲ ଦେବଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ୧୯୮୩ରେ ବିଶ୍ବକପ୍ ଜିତିଥିଲା । ସେତେବେଳେ ଟୁର୍ନାମେଣ୍ଟ ୬୦-୬୦ ଓଭରରେ ଖେଳା ଯାଉଥିଲା । ହେଲେ ପରେ ଓଭର ହ୍ରାସ କରାଯାଇ ୫୦-୫୦ ଓଭର କରାଯାଇଥିଲା ।

ସେ କହିଛନ୍ତି, ମୁଁ ଏଥିପାଇଁ କହୁଛି, କାରଣ ଯେତେବେଳେ ୧୯୮୩ରେ ବିଶ୍‌କପ ଜିତିଥିଲୁ, ସେତେବେଳେ ୬୦ ଓଭରର ମ୍ୟାଚ ହେଉଥିଲାପରେ ଲୋକଙ୍କ ଆକର୍ଷଣ ଏଥିପ୍ରତି କମିଥିଲା ପୁଣି ଏହାକୁ ୫୦ ଓଭର କରାଯାଇଥିଲା । ମୋତେ ଲାଗୁଛି, ଏବେ ସମୟ ଆସିଛି । ଦିନିକିଆକୁ ୪୦-୪୦ ଓଭର କରିଦେବା ଆବଶ୍ୟକ ସମୟ ସହ ବଦଳିବା ଜରୁରି ରହିଛି ।