ସହମତିରେ ୫ ବର୍ଷର ଯୌନ ସମ୍ପର୍କ ଦୁଷ୍କର୍ମ ନୁହେଁ ; ହାଇକୋର୍ଟ
ବେଙ୍ଗାଲୁରୁ : (ସଂକେତ ଟିଭି)୫ ବର୍ଷ ଧରି ସହମତିରେ ଯୌନ ସମ୍ପର୍କ ଦୁଷ୍କର୍ମ ନୁହେଁ । ଯଦି ୫ ବର୍ଷ ସହମତିରେ ସମ୍ପର୍କ ରହୁଛି ଏବଂ ପରେ ବିବାହ ପାଇଁ ରାଜି ନହେବାକୁ ବଳାତ୍କାର କୁହାଯାଇ ପାରିବ ନାହିଁ । କର୍ଣ୍ଣାଟକ ହାଇକୋର୍ଟ ଏଭଳି ଏକ ମାମଲାରେ ରାୟ ଦେଇଛନ୍ତି । ଜଣେ ପୂର୍ବତନ ପ୍ରେମିକା ପୁରୁଷବନ୍ଧୁଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଅଭିଯୋଗକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ପ୍ରେମିକ ମଲ୍ଲିକାର୍ଜୁନ ଦେଶାଇଙ୍କୁ ହାଇକୋର୍ଟ ମୁକ୍ତ କରିଛନ୍ତି । ମଲ୍ଲିକାର୍ଜୁନ ନିଜ ପ୍ରେମିକାକୁ ବିବାହର ପ୍ରତିଶ୍ରୁତି ଦେଇ ୫ ବର୍ଷ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରିତ କରିଥିବା ନେଇ ଯୁବତୀ ଜଣକ ନ୍ୟାୟ ପାଇଁ କୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ।
ଏହି ମାମଲାରେ ଜଷ୍ଟିସ୍ ଏମ୍. ନାଗପ୍ରସନ୍ନ କହିଛନ୍ତି- ଯୌନ ସମ୍ବନ୍ଧ ପାଇଁ ମହିଳାଙ୍କ ସହମତି ଦିନେ, ଦୁଇଦିନ, କେଇ ସପ୍ତାହ ବା ମାସ ପାଇଁ ନୁହେଁ ବରଂ ଅନେକ ବର୍ଷ ପାଇଁ ରହିଥିଲା। ପାଞ୍ଚ ବର୍ଷ ଧରି ମହିଳାଙ୍କ ସମ୍ମତି ନେଇ ପୁରୁଷ ଜଣକ ତାଙ୍କ ସହ ଯୌନ ସମ୍ପର୍କ ରଖିଥିଲେ। ତେଣୁ ଏହାକୁ ଆଇପିସିର ଧାରା ୩୭୫ ଓ ୩୭୬ ଅଧୀନରେ ବଳାତ୍କାର ପର୍ୟ୍ୟାୟଭୁକ୍ତ କରି ପୁରୁଷ ଜଣଙ୍କୁ ଦୋଷୀ ସାବ୍ୟସ୍ତ ଓ ଦଣ୍ଡିତ କରାଯାଇପାରିବ ନାହିଁ। କୋର୍ଟ୍ଟଙ୍କ ସ୍ପଷ୍ଟ ଆଭିମୁଖ୍ୟ ରହିଛି କି, ୫ ବର୍ଷ ଅସହମତିରେ କେମିତି ସମ୍ଭବ ଯୌନ ସମ୍ପର୍କ । ଯଦି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସମ୍ପର୍କରେ ରହୁଛନ୍ତି, ତେବେ ଏହାକୁ ବଳାତ୍କାର କୁହାଯାଇପାରିବ ନାହିଁ । ଏପରିକି ଉଭୟଙ୍କ ଭିତରେ ବିତ୍ତୀୟ ନେଣଦେଣ ମଧ୍ୟ ଆଇପିସି ଧାରା ୪୦୬ ଆଧାରରେ ଆପରାଧିକ ବିଶ୍ୱାସଘାତ ନୁହେଁ ବୋଲି ଅଦାଲତ କହିଛନ୍ତି ।
ସୂଚନା ଅନୁସାରେ, ୧୨ ବର୍ଷ ପୂର୍ବେ ମଲ୍ଲିକାର୍ଜୁନ ଏବଂ ରଶ୍ମିକାଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା । ବନ୍ଧୁତା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ଶେଷ ପାଞ୍ଚ ବର୍ଷ ହେବ, ଭଉୟ ଲିଭ-ଇନ୍-ରିଲେସନସିପରେ ରହିଥିଲେ । ଦୁହେଁ ଦୁହିଁଙ୍କୁ ବିବାହ କରିବା ନେଇ ମଧ୍ୟ ବାର୍ତ୍ତାଳପ କରିଥିଲେ । କିନ୍ତୁ ଜାତିଗତ ବିଭେଦତା ଦୃଷ୍ଟିରୁ ଉଭୟଙ୍କ ମଧ୍ୟରେ ବିବାହ ହୋଇପାରିନଥିଲା । ପରେ ରଶ୍ମିକା ଏହି ମାମଲାକୁ ନେଇ ଥାନାରେ ପହଁଚିଥିଲେ, ମଲ୍ଲିକାର୍ଜୁନଙ୍କ ବିରୋଧରେ କରିଥିଲେ ଅଭିଯୋଗ । ରଶ୍ମିକାଙ୍କ ଅଭିଯୋଗ ପରେ ମଲ୍ଲିକାର୍ଜୁନଙ୍କ ନାମରେ ଲାଗିଛି ବଳାତ୍କାର ଧାରା ୩୭୬, ୩୭୬(୨)(n), ୩୫୪, ୪୦୬, ୫୦୪, ୩୨୩ ଏବଂ ୫୦୬ ।