FeaturedLatestSports

ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ହେଲେ ଡେଭିଡ ଓ୍ୱାର୍ଣ୍ଣର

ମୁମ୍ବାଇ : (ସଂକେତ ଟିଭି) ରିଷଭ ପନ୍ଥଙ୍କ ଅନୁପସ୍ଥିତିରେ ଦିଲ୍ଲୀ କ୍ୟାପିଟାଲ୍ସ ର ଅଧିନାୟକ ଭାବରେ ଦଳର ବରିଷ୍ଠ ଖେଳାଳି ଡେଭିଡ ଓ୍ୱାର୍ଣ୍ଣରଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାସହିତ ଅଲ୍‌ରାଉଣ୍ଡର ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଟିମ୍‌ ମ୍ୟାନେଜ୍‌ମେଣ୍ଟ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନୁଯାୟୀ, କାର୍‌ ଦୁର୍ଘଟଣାରେ ରିଷଭ୍‌ ପନ୍ଥ ଗୁରୁତର ହୋଇଥିଲେ । ଡାକ୍ତର ତାଙ୍କୁ ଏବେ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଛନ୍ତି । ଯାହାଫଳରେ ଆଗାମୀ ଆଇପିଏଲ୍‌ ସିଜିନ୍‌ରେ ପନ୍ଥଙ୍କ ଖେଳିବା ଅସମ୍ଭବ । କେବଳ ଆଇପିଏଲ୍‌ ନୁହେଁ ବରଂ ଅନେକ ଦିନ ପାଇଁ କ୍ରିକେଟରୁ ଦୂରରେ ରହିବେ ପନ୍ଥ । ତେବେ ଆଇପିଏଲ୍‌କୁ ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌ । ଯାହାଫଳରେ ଟିମ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ବରିଷ୍ଠ ଖେଳାଳିଙ୍କୁ ଦାୟିତ୍ୱ ଦିଆଯାଇଛି । ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଡେଭିଡ୍‌ ଓ୍ୱାର୍ଣ୍ଣରଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏହାପରେ ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି ।