ସେବି ମାନଦଣ୍ଡ ପୂରଣ ନହେବାରୁ ପତଞ୍ଜଳୀର ଆକାଉଣ୍ଟ ଫ୍ରିଜ୍ କଲା ଷ୍ଟକ ଏକ୍ସଚେଞ୍ଜ
ମୁମ୍ବାଇ : (ସଂକେତ ଟିଭି) ବାବା ରାମଦେବଙ୍କ ପତଞ୍ଜଳୀ ଉପରେ ଷ୍ଟକ ଏକ୍ସଚେଞ୍ଜ କଡା କାର୍ଯ୍ଯାନୁଷ୍ଠାନ ନେଇଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ପତଞ୍ଜଳୀ ଫୁଡ୍ସ୍ ସେୟାରକୁ ଫ୍ରିଜ୍ କରିଛି । ସେପଟେ ସେୟାର ଫ୍ରିଜ୍ ହୋଇଥିଲେ ବି ଏହାର ପ୍ରଭାବ କମ୍ପାନୀ ଉପରେ ପଡ଼ିବ ନାହିଁ ବୋଲି ପତଞ୍ଜଳୀ ପକ୍ଷରୁ କୁହାଯାଇଛି ।
ସୂଚନା ଅନୁଯାୟୀ, ଷ୍ଟକ୍ ଏକ୍ସଚେଞ୍ଜ ପତଞ୍ଜଳୀ ଫୁଡ୍ସର ପ୍ରମୋଟର ସଂସ୍ଥାର ୨୯.୨୬ କୋଟି ଟଙ୍କାର ସେୟାର ଉପରେ ରୋକ୍ ଲଗାଇଛି । ନିର୍ଦ୍ଧାରିତ ସମୟ ସୀମା ଭିତରେ ନିମ୍ନତମ ସାର୍ବଜନିକ ସେୟାର ହୋଲ୍ଡର ମାନଦଣ୍ଡ ପୂରଣ ହୋଇନଥିବାରୁ ବିଏସଇ ଓ ଏନଏସଇ ଷ୍ଟକ ଏକ୍ସଚେଞ୍ଜ ଏହି କାର୍ଯ୍ୟାନୁଷ୍ଠାନ ଲଗାଇଛି ।
ଡିସେମ୍ବର ମାସ ଶେଷ ବେଳକୁ ପତଞ୍ଜଳୀ ଫୁଡ୍ସ ସେୟାର ହୋଲ୍ଡରଙ୍କ ସେୟାର ୧୯.୧୮ ପ୍ରତିଶତ ଭାଗୀଦାରି ଥିଲା । ସେବି ମାନଦଣ୍ଡ ଅନୁଯାୟୀ, ହୋଲ୍ଡରଙ୍କ ନିକଟରେ ୨୫ ପ୍ରତିଶତ ଭାଗିଦାରୀ ରହିବା ଦରକାର । ଏହା ପୂର୍ବରୁ ୨୦୧୭ ଡିସେମ୍ବରରେ ନ୍ୟାସନାଲ କମ୍ପାନୀ ଲ’ ଟ୍ରିବୁନାଲ ପତଞ୍ଜଳୀର ଫୁଡ୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା । ସେହିପରି ସମୟରେ କମ୍ପାନୀ ରୁଚିସ ସୋୟା ଇଣ୍ଡଷ୍ଟ୍ରୀ ନାମରେ ପରିଚିତ ଥିଲା ।
୨୦୧୯ ଜୁଲାଇ ମାସରେ ରୁଚି ଓ ସୋୟାକୁ ଅଧିଗ୍ରହଣ ପାଇଁ ପତାଞ୍ଜଳୀ ଆୟୁରଦେବିକ୍ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଥିଲା । ସେବି ମାନଦଣ୍ଡ ଅନୁଯାୟୀ, କମ୍ପାନୀ ୩ ବର୍ଷ ମଧ୍ୟରେ ସାର୍ବଜନିକ ସେୟାରକୁ ୨୫ ପ୍ରତିଶତକୁ ବୃଦ୍ଧି କରିବାରଥିଲା । ହେଲେ ପର୍ଯ୍ୟନ୍ତ ୧୯.୧୮ ପ୍ରତିଶତ ସେୟାର ରହିଥିବାରୁ ବେଳେ ମାନଦଣ୍ଡ ପୂରଣ ହୋଇନଥିବାରୁ ପତଞ୍ଜଳୀ ପ୍ରମୋଟରଙ୍କ ସେୟାରକୁ ଷ୍ଟକ୍ ଏକ୍ସଚେଞ୍ଜ ଫ୍ରିଜ୍ କରିଛି ।
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ନେବା ପରେ ପତଞ୍ଜଳୀ ଗ୍ରୁପର ୨୧ଟି ପ୍ରମୋଟର ସଂସ୍ଥାର ସେୟାର ଫ୍ରିଜ୍ ହେବା ପରେ ୨୯,୨୫,୭୬,୨୯୯ ଇକ୍ୟୁଟି ପ୍ରଭାବିତ ହୋଇଛି ।