ରାଜ୍ୟରେ ସ୍ବାଭାବିକ ହେଲା ବସ୍ ଚଳାଚଳ, ଆନ୍ଦୋଳନରୁ ଓହରିଲା ବସ୍‌ ମାଲିକ ସଂଘ

ଭୁବନେଶ୍ବର : (ସଂକେତ ଟିଭି) । ଘରୋଇ ବସ୍‌ ମାଲିକ ସଂଘ ଆନ୍ଦୋଳନରୁ ଓହରିବା ପରେ ରାଜ୍ୟରେ ଶୁକ୍ରବାରଠାରୁ ବସ୍‌ ଚଳାଚଳ ସ୍ବାଭାବିକ ହୋଇଛି । ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ରାଜ୍ୟର ଅଧିକାଶ ରୁଟକୁ ବସ ଚଳାଚଳ ଆରମ୍ଭ ହୋଇଛି । ଡ୍ରାଇଭରଙ୍କ ବିରୋଧ ଯୋଗୁ ବସ ଚଳାଚଳରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ମୁଖ୍ୟ ଶାସନ ସଚିବଙ୍କ ସହ ଡ୍ରାଇଭର ସଂଘର ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ସରକାର ୩ ମାସ ସୁଦ୍ଧା ବସ୍‌ ଡ୍ରାଇଭରଙ୍କ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଆଜି ବସ୍‌ ଚଳାଚଳ ସ୍ବାଭାବିକ ହୋଇଛି।