ପାଚେରୀରେ ପିଟିହେଲା ଅଟୋ : ବୃଦ୍ଧ ଗୁରୁତର, ୫ ମାଟ୍ରିକ୍ ପରୀକ୍ଷାର୍ଥୀ ଆହତ
ବାଲିଆପାଳ : (ଉମାକାନ୍ତ ନାୟକ ) ଭାରସାମ୍ୟ ହରାଇ ଅଟୋ ପାଚେରୀରେ ପିଟି ହେବାରୁ ୫ ଜଣ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ସହ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ମହମ୍ମଦପାଟଣାରେ ଏହି ଦୁର୍ଘଟଣା ଘଟିଛି ।
ସୂଚନା ଅନୁସାରେ, ଜଳେଶ୍ବର ମୁନିସିପାଲଟି ଅଧିନସ୍ତ ବଡ଼ ବଜାର ସ୍ଥିତ ସ୍ୱରସ୍ୱତୀ ଶିଶୁମନ୍ଦିରର ଛାତ୍ରଛାତ୍ରୀମାନେ ଚାଲନ୍ତି ସ୍ଥିତ ସ୍ୱାମୀ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଦେଇ ଜଳେଶ୍ୱର ଫେରୁଥିଲେ । ଏହି ସମୟରେ ମିଲିଟାରୀ ବଜାରଠାରେ ଥିବା ଚର୍ଚ୍ଚ ସାମ୍ନାରେ ଅଟୋଟି ବୃଦ୍ଧାଙ୍କୁ ଧକ୍କା ଦେଇ ଭାରସାମ୍ୟ ହରାଇ ଚର୍ଚ୍ଚର ପାଚେରୀରେ ପିଟି ହୋଇଯାଇଥିଲା । ଅଟୋରେ ଦଶ ଜଣ ଛାତ୍ରଛାତ୍ରୀ ଥିବା ବେଳେ ସେଥିରୁ ପାଞ୍ଚ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତ ହୋଇଥିବା ଛାତ୍ରଛାତ୍ରୀ ଜଳେଶ୍ୱର ଜି କେ ଭଟ୍ଟର ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ବୃଦ୍ଧା ଜଣକ ଗୁରୁତର ଅଛନ୍ତି। ଗୁରୁତରଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରକୁ ନିଆଯାଇ ଚିକିତ୍ସା କରାଯାଉଛି। ଆହତ ଛାତ୍ରଛାତ୍ରୀ ମାନେ ହେଲେ ସୁବ୍ରତ ଜେନା,ଦିବ୍ୟଜ୍ୟୋତି ସାହୁ,ଶୁଭଶ୍ରୀ ଜେନା,ବୀଣାପାଣି ଘୋଷ ଓ ପ୍ରିୟଦର୍ଶିନୀ ରାଉତରାୟ।