ଜଳେଶ୍ବରରୁ ୨୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲିଆପାଳ : (ଉମାକାନ୍ତ ନାୟକ ) ଜଳେଶ୍ବର ପୋଲିସ ପୁଣି ୨୭୫ ଗ୍ରାମ୍ ବ୍ରାଉନସୁଗାର ଜବତ କରିବା ସହିତ ଜଣେ ବେପାରୀକୁ ଗିରଫ କରିଛି । ଅନୁକୂଳଚନ୍ଦ୍ର ମନ୍ଦିର ନିକଟରୁ ଏହି ବ୍ରାଉନସୁଗାର ଜବତ କରାଯାଇଛି ।

ସୂଚନା ଅନୁସାରେ , ଗିରଫ ବେପାରୀ ଜଣକ ଜଳେଶ୍ବର ଥାନା ଅନ୍ତର୍ଗତ ପଥରାପୁରା ଅଞ୍ଚଳର ବୋଲି ଜଣାପଡିଛି । ଗିରଫ ହୋଇଥିବା ଅଭିଯୁକ୍ତ ଙ୍କ ନାମରେ ପୂର୍ବରୁ ପାଞ୍ଚଟି ଟି କେସ ଥିବା ନେଇ ଜଣା ପଡିଛି । ଗିରଫ ସମୟରେ ତାଙ୍କ ନିକଟରୁ ନଗଦ ୧ ଲକ୍ଷ ୨୩ ହଜାର ୬୦୦ ଟଙ୍କା, ଗୋଟିଏ ବଜାଜ ପଲସର ବାଇକ, ଗୋଟିଏ ମୋବାଇଲ , ବ୍ଯାଙ୍କ ପାସବୁକ , ଏଟିଏମ କାର୍ଡ ଓ ପାନକାର୍ଡ ଜବତ ହୋଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କାରୁ ଅଧିକ ହେବ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି ।