୫୦ଟି ଗାଡିରେ ପିଛା କରି ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହକୁ ଗିରଫ କଲା ପଞ୍ଜାବ ପୋଲିସ

ଚଣ୍ଡିଗଡ଼ : (ସଂକେତ୍ ଟିଭି ) ପଞ୍ଜାବ ପୋଲିସ ଖାଲିସ୍ତାନୀ ସମର୍ଥକ ତଥା ‘ୱାରିସ୍ ପଞ୍ଜାବ ଦେ’ର ମୁଖ୍ୟ ଅମୃତପାଲ ସିଂ ଓ ତାର ୬ ସହଯୋଗୀଙ୍କୁ ଗିରଫ କରିଛି । ଫେବୃଆରୀ ୨୩ ତାରିଖରେ ପଞ୍ଜାବ ଅମୃତସରର ଏକ ଥାନା ଭିତରେ ପଶି ପୋଲିସକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା ଅମ୍ରିତପାଲ ସିଂ ଓ ତାହ ଶତାଧିକ ସହଯୋଗୀ । ଏକାଧିକ ପୋଲିସ ଅଧିକାରୀ ମାରାଣାସ୍ତ୍ର ଆକ୍ରମଣରେ ଗୁରୁତର ହୋଇଥିଲେ । ଏହ ମାମଲାରେ ତାକୁ ଆଜି ଗିରଫ କରାଯାଇଛି ।

ଏହା ପୂର୍ବରୁ ତାଙ୍କର ୬ ସହଯୋଗୀଙ୍କୁ ପଞ୍ଜାବ ପୋଲିସ ଧରିବା ପରେ ଅମୃତପାଲକୁ ଜଲୁପୁର ଖେରା ଗ୍ରାମ ନିକଟରୁ ଗିରଫ କରାଯାଇଛି । ତାକୁ ଧରିବାକୁ ପ୍ରାୟ ୫୦ଟି ଗାଡ଼ିରେ ପୋଲିସ ପିଛା କରିଥିଲା । ପୁଲିସ ଅମୃତପାଲର ସହଯୋଗୀମାନଙ୍କୁ ଜଳନ୍ଧର ଜିଲ୍ଲାର ମେହତପୁର ଥାନାରେ ଅଟକ ରଖିଛି । ଅମୃତପାଳଙ୍କୁ ଗିରଫ ପରେ ସମଗ୍ର ପଞ୍ଜାବରେ ରବିବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ଓ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପଞ୍ଜାବ ପୋଲିସ ଏହି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି । ଅମୃତସର-ଜଳନ୍ଧର ରାଜପଥରେ ମଧ୍ୟ ପୁଲିସ ମୁତୟନ ବଢ଼ାଇ ଦିଆଯାଇଛି।

ଚଳିତ ମାସ ପ୍ରାରମ୍ଭରେ ଅମୃତସର ବିମାନ ବନ୍ଦରରୁ ଅମୃତପାଲ ସିଂହର ଜଣେ ଘନିଷ୍ଠ ସହଯୋଗୀ ଦେଶ ଛାଡ଼ି ଇଂଲଣ୍ଡ ପଳାଇଯିବାକୁ ଉଦ୍ୟମ କରିଥିବାବେଳେ ଗିରଫ ହୋଇଥିଲେ । ଗୁରୁ ରାମଦାସ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଗୁରିନ୍ଦରପାଲ ସିଂ ଓଜଲାଙ୍କୁ ଅଟକ ରଖିଥିଲେ।