ରାହୁଲ୍ ଗାନ୍ଧୀଙ୍କ ଘରେ ପହଞ୍ଚିଲା ଦିଲ୍ଲୀ ପୁଲିସ
ନୂଆଦିଲ୍ଲୀ : (ସଂକେତ୍ ଟିଭି) ଦିଲ୍ଲୀ ପୋଲିସ ଆଜି ସକାଳୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବାସଭବନରେ ପହଞ୍ଚିଛି । ଶ୍ରୀନଗରରେ ଭାରତ ଯୋଡ଼ୋ ଯାତ୍ରା ସମୟରେ ଯୌନ ଉତ୍ପୀଡ଼ନର ସରବ୍ୟ ହୋଇଥିବା ପୀଡ଼ିତାମାନଙ୍କ ସମ୍ବନ୍ଧରେ ଦେଇଥିବା ମନ୍ତବ୍ୟ ଉପରେ ସୂଚନା ସଂଗ୍ରହ କରିବା ଲାଗି ପୋଲିସ ତାଙ୍କ ଘରକୁ ଯାଇଛି । ଏହି ପରିପ୍ରେକ୍ଷୀରେ ପୂର୍ବରୁ ପୋଲିସ ରାହୁଲଙ୍କୁ ନୋଟିସ ମଧ୍ୟ ପଠାଇଥିଲା । ସେ ପୀଡିତାଙ୍କ ସମ୍ପର୍କରେ ତଥ୍ୟ ରଖନ୍ତୁ ବୋଲି କୁହାଯାଇଥିଲା । ଯଦ୍ବାରା ପୋଲିସ ସମ୍ପୃକ୍ତ ଦୁଷ୍କର୍ମ ପୀଡିତାଙ୍କ ସମ୍ପର୍କରେ ଜାଣି ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ ।
ସେଥିପାଇଁ ଆଜି ସକାଳୁ ଦିଲ୍ଲୀର ସ୍ପେଶାଲ ପୋଲିସ କମିଶନର( ଆଇନ ଶୃଙ୍ଖଳା) ସାଗର ପ୍ରୀତ ହୁଡା କିଛି ପୋଲିସ କର୍ମୀଙ୍କ ସହ ୱାୟନାଡ ସାଂସଦ ରାହୁଲଙ୍କ ବାସଭବନରେ ପହଞ୍ଚିଥିଲେ । ରାହୁଲ ନିଜ ବୟାନରେ କହିଥିବା ଦୁଷ୍କର୍ମ ପୀଡିତାଙ୍କ ସମ୍ପର୍କରେ ଜାଣିବାକୁ ସେ ତାଙ୍କ ସହ ଆଲୋଚନା ପାଇଁ ଯାଇଥିଲେ ।
ରାହୁଲଙ୍କ ବାସଭବନ ବାହାରେ ସାମ୍ବାଦିକମାନଙ୍କୁ ହୂଦା କହିଛନ୍ତି, ତାଙ୍କ ସହିତ କଥାବାର୍ତ୍ତା କରିବା ଲାଗି ଆମେ ଆସିଛୁ। ଜାନୁଆରି ୩୦ ତାରିଖ ଦିନ ‘ଭାରତ ଯୋଡ଼ୋ ଯାତ୍ରା’ ସମୟରେ ଶ୍ରୀନଗରେ ଦେଇଥିବା ବିବୃତିରେ ରାହୁଲ୍ ଗାନ୍ଧୀ କହିଥିଲେ ଯେ, ଯାତ୍ରା ସମୟରେ ସେ କେତେକ ମହିଳାଙ୍କୁ ଭେଟିଥିଲେ। ସେମାନେ ଦୁଷ୍କର୍ମର ଶିକାର ହୋଇଥିବା କଥା ତାଙ୍କୁ କହିଥିଲେ। ଆମେ ରାହୁଲ୍ଙ୍କ ପାଖରୁ ସେ ସମ୍ପର୍କୀୟ ସବିଶେଷ ତଥ୍ୟ ସଂଗ୍ରହ କରିବାକୁ ଆସିଛୁ। ତଥ୍ୟାବଳି ମିଳିଲେ ସେ ଦୁଷ୍କର୍ମ ପୀଡ଼ିତାମାନଙ୍କୁ ବିଚାର ମିଳିବ।
ପ୍ରକାଶଥାଉ କି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କହିଥିଲେ ଯେ ଦେଶରେ ମହିଳାମାନେ ଏବେ ବି ଯୌନ ନିର୍ଯାତନାର ଶିକାର ହେଉଛନ୍ତି । ଭାରତ ଯୋଡ ଯାତ୍ରା ସମୟରେ ସେ ଦୁଇ ଜଣ ଗଣଦୁଷ୍କର୍ମ ପୀଡିତାଙ୍କୁ ଭେଟିଥିଲେ ଯେଉଁମାନେ ଥାନାରେ ଅଭିଯୋଗ କରିବାକୁ ମନା କରିଥିଲେ । କିଛି ଦିନ ତଳେ ନିଜ ଲଣ୍ଡନ ଯାତ୍ରାକୁ ନେଇ ମଧ୍ୟ ରାହୁଲ ବେଶ୍ ବିବାଦରେ ରହିଛନ୍ତି । ଲଣ୍ଡନରେ ଗଣତନ୍ତ୍ର ବିପଦରେ ଥିବା କହି ସେ ଶାସକ ଦଳ ନେତାଙ୍କ ସମାଲୋଚନାର ସରବ୍ୟ ପାଲଟିଛନ୍ତି । ଗଣତନ୍ତ୍ରକୁ ଅପମାନ କରିବା ରାହୁଲଙ୍କ ଅଭ୍ୟାସ ବୋଲି ବିଜେପି କହୁଥିବାବେଳେ ଏହାକୁ ନେଇ ସଂସଦରେ ମଧ୍ୟ ଝଡ ଉଠିଛି ।