ଭାରତରେ ଦେଖା ଦେବ ଖାଦ୍ୟ ସଙ୍କଟ
ନୂଆଦିଲ୍ଲୀ : (ସଂକେତ୍ ଟିଭି ) ଭାରତରେ ଦେଖା ଦେଇପାରେ ଖାଦ୍ୟ ସଙ୍କଟ । ୨୦୫୦ରେ ପ୍ରଭାବିତ ହେବେ ଦେଶର ଅର୍ଦ୍ଧେକ ଜନସଂଖ୍ୟା । ଜଳବାୟୁ ପରିବର୍ତ୍ତନର ପ୍ରଭାବ କାରଣରୁ ବହୁତ ଶୀଘ୍ର ଦୁନିଆର ଅନେକ ଦେଶରେ ଖାଦ୍ୟ ସଙ୍କଟ ସ୍ଥିତି ଦେଖା ଦେଇପାରେ ।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଶ୍ୱ ତାପମାନ ଏବଂ ଖାଦ୍ୟ ପଦାର୍ଥର ନୂତନ ରିପୋର୍ଟରୁ ଜଣା ପଡିଛି ଯେ, ଭାରତକୁ ୨୦୫୦ରେ ପାଣି ଅଭାବ ଏବଂ ଭୀଷଣ ଗରମ କାରଣରୁ ଖାଦ୍ୟ ଯୋଗାଣରେ ୧୬ ପ୍ରତିଶତରୁ ଅଧିକ ଅଭାବ ସାମ୍ନା କରିବାକୁ ପଡିପାରେ । ଯେଉଁଥିରେ ଖାଦ୍ୟ ଅସୁରକ୍ଷିତ ଜନସଂଖ୍ୟାରେ ୫୦ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିପାରେ ।
ରିପୋର୍ଟରେ ଚୀନ ଶୀର୍ଷରେ ରହିଛି । ଆମର ଏହି ପଡୋଶୀ ଦେଶରେ ଖାଦ୍ୟ ଯୋଗାଣାରେ ୨୨.୪ ପ୍ରତିଶତ ଅଭାବ, ଦକ୍ଷିଣ ଆମେରିକାରେ ୧୯.୪ ପ୍ରତିଶତ ଅଭାବ ଦେଖିବାକୁ ମିଳିପାରେ । ରିପୋର୍ଟରେ କୁହାଯାଇଛି, ଚୀନ ଏବଂ ଆସିଆନର ସଦସ୍ୟ ଦେଶ ସହିତ ଏସିଆ ଦେଶ ଯେଉଁମାନେ ବର୍ତ୍ତମାନ ଶୁଦ୍ଧ ଖାଦ୍ୟ ରପ୍ତାନୀକାରୀ ଦେଶ ପାଲଟିଛନ୍ତି, ୨୦୫୦ ବେଳକୁ ସେମାନେ ଖୋଦ୍ ଖାଦ୍ୟ ଆମଦାନୀକାରୀ ଦେଶରେ ପରିଣତ ହେବେ । ଜଳାଭାବ ଯୋଗୁଁ ସୁଚ୍ଛ ପାଣିର ଚାହିଦା ଅଧିକ ବଢିବ ।
ଅନ୍ୟପଟେ ପୃଥିବୀରେ ଜଳସ୍ରୋତ କମିବାରେ ଲାଗିଛି । ୨୦୧୯ରେ ଜଳ ସଙ୍କଟର ସମ୍ମୁଖୀନ ହେଉଥିବା ଦେଶମାନଙ୍କ ତାଲିକାରେ ଭାରତ ବିଶ୍ସ୍ତରରେ ୧୩ତମ ସ୍ଥାନରେ ରହିଛି । ଭାରତରେ ଜଳ ଯୋଗାଣର ଉପଲବ୍ଧତା ୧୧୦୦-୧୧୯୭ ବିଲିୟନ କ୍ୟୁବିକ୍ ମିଟର ମଧ୍ୟରେ ରହିଛି । ଏହାର ବିପରୀତ ୨୦୧୦ରେ ଏହା ହ୍ରାସ ପାଇ ୫୫୦-୭୧୦ ବିଲିୟନ କ୍ୟୁବିକରୁ ୨୦୫୦ରେ ପାଖାପାଖି ୯୦୦ରୁ ୧୪୦୦ ବିଲିୟନ କ୍ୟୁବିକ୍ ପର୍ଯ୍ୟନ୍ତ ରହିବାର ଆଶା ରହିଛି । ଭାରତ ଖରାପ ଜଳନୀତି ଡିଜାଇନ କାରଣରୁ ଏମିତି ସ୍ଥିତି ଉପୁଜିପାରେ ।
କୃଷକଙ୍କୁ ଜଳସେଚନରେ ଜଳାଭାବ ଦେଖା ଦେଇପାରେ । ଜଳସଙ୍କଟ ଯୋଗୁଁ ଖାଦ୍ୟ ଉତ୍ପାଦନ ଗୁରୁତର ଭାବେ ପ୍ରଭାବିତ ହେବ । ଏଥିରେ ଯୋଗାଣ କମିବା ସହିତ ରପ୍ତାନୀ ଜାଗାରେ ଭାରତକୁ ଖାଦ୍ୟ ଆମଦାନୀ କରିବାକୁ ପଡ଼ିପାରେ ।