କାହିଁକି ବଦଳାଯାଉଛି ଦେଶର ବିଭିନ୍ନ ସହରର ନାମ
ନୂଆଦିଲ୍ଲୀ : (ସଂକେତ୍ ଟିଭି ) ଗତ କିଛି ବର୍ଷ ମଧ୍ୟରେ ଦେଶର ଅନେକ ସହର ଗୁଡ଼ିକର ନାମରେ ପରିବର୍ତ୍ତନ ହୋଇଥିବା ଆପଣମାନେ ନିଶ୍ଚୟ ଶୁଣିଥିବେ । ସରକାରଙ୍କ ଦ୍ୱାରା ବିଭିନ୍ନ ରାଜ୍ୟର ବିଭିନ୍ନ ସହରଗୁଡ଼ିକର ନାମରେ ଖୁବ୍ ଶୀଘ୍ର ବଦଳାଇଦିଆଯାଉଛି । ତେବେ ବଦଳୁଥିବା ଏହି ନାମଗୁଡିକୁ ନେଇ ବିଭିନ୍ନ ସ୍ଥାନରେ ଉତ୍ତେଜନା ସୃଷ୍ଟି ହୋଇଥିବା ଘଟଣା ଅନେକ ଥର ସାମ୍ନାକୁ ମଧ୍ୟ ଆସିଛି । ବାରମ୍ବାର ବିରୋଧ ପରେ ମଧ୍ୟ ଏହି ଘଟଣା ଦଶନ୍ଧି ଧରି ଚାଲିଆସୁଅଛି ।
ଦେଶର ରାଜଧାନୀ ଦିଲ୍ଲୀ ଏହାର ନାମ ସମୟକ୍ରମେ ଅନ୍ୟ କିଛି ହୋଇଆସୁଥିଲାବେଳେ ଡେରାଡୁନ୍ ଯେଉଁଠାରେ ପର୍ବତ ରାଣୀ ମସୁରୀ ରହିଥିବା ନେଇ କୁହାଯାଉଥିଲା ଏହି ସ୍ଥାନର ନାମ ମଧ୍ୟ ସମୟକ୍ରମେ କିଛି ଭିନ୍ନ ଥିଲା । ତେବେ ସମୟ ସହ ଅନେକ ପ୍ରମୁଖଃ ସ୍ଥାନ ମାନଙ୍କର ନାମରେ ପରିବର୍ତନ ହୋଇଛି । ଆପଣ ଜାଣିଛନ୍ତି ଏ ସମ୍ପର୍କରେ ତେବେ ଆସନ୍ତୁ ଜାଣିବା କିଛି ବଡ ବଡ ସହରର ପୁରୁଣା ନାମ ବିଷୟରେ ଏବଂ ସମୟ ସହ ଏହି ସ୍ଥାନ ଗୁଡିକର ନାମ କିପରି ବଦଳାଇଦିଆଗଲା ସେ ସମ୍ପର୍କରେ ।
ଆମ ଦେଶ ଭାରତର ରାଜଧାନୀ କହିଲେ ଆମେ ଦିଲ୍ଲୀକୁ ବୁଝିଥାଉ । ହେଲେ ଆପଣ ଜାଣିଛନ୍ତି ଏହା ପୂର୍ବରୁ ଇନ୍ଦ୍ରପ୍ରସ୍ଥ ରୂପେ ନାମିତ ଥିଲା । ରାଜଧାନୀ ଦିଲ୍ଲୀରେ ଅନେକ ଐତିହାସିକ କଥାର ଗାରିମା ଆଜି ମଧ୍ୟ ଦେଖିବାକୁ ମିଳେ । ଅନେକ ରାଜାରାଜୁଡା ଏଠାରେ ଶାସନ କରିଛନ୍ତି । ଇତିହାସର ପୃଷ୍ଠା ଅନୁଯାୟୀ ଖ୍ରୀଷ୍ଟପୂର୍ବ ୮୦୦ରେ କନ୍ନୋଜର ଗୌତମ ରାଜବଂଶର ରାଜା ଧିଲୁ ଏହି ସହରରେ ରାଜତ୍ୱୀ ଆରମ୍ଭ କରିଥିଲେ ସେତେବେଳ ସମୟରେ ସେ ଇନ୍ଦ୍ରପ୍ରସ୍ଥକୁ ଧିଲୁ ନାମରେ ପରିବର୍ତନ କରାଇଥିଲେ । ପରବର୍ତ୍ତୀ ସମୟରେ ମଧ୍ୟକାଳୀନ ଯୁଗ ୧୦୫୨ ଏଡି ସମୟରେ ତୋମରବଂଶର ରାଜା ଆନଂଗପାଳ ଦ୍ୱିତୀୟଙ୍କ ଦ୍ୱାରା ଦିଲ୍ଲୀର ସ୍ଥାପନା କରାଯାଇଥିଲା । ଦ୍ୱିଲ୍ଳୀର ଇତିହାସ ମହାଭାରତ ସମୟ ସହ ସମାନ । ତୋମର ବଂଶର ରାଜା ଆନଂଗପାଳଙ୍କ ଶାସନ ସମୟରେ ଧିରେ ଧିରେ ଏହି ସହର ଦିଲ୍ଲୀ ନାମରେ ବଦଳିଗଲା । କୁହାଯାଏ ଦିଲ୍ଲୀ ଶବ୍ଦ ପାର୍ସୀ ଶବ୍ଦ ଦହଲିଜ୍ କିମ୍ବା ଦେହଲି ରୁ ଉତ୍ପନ୍ନ ହୋଇଛି । ଏହି ଶବ୍ଦର ଅର୍ଥ ହେଉଛି ପ୍ରବେଶ ଦ୍ୱାର ।
ଉତ୍ତରାଖଣ୍ଡର ରାଜଧାନୀ କୁହାଯାଉଥିବା ଡେରାଡୁନ୍ ଯାହା ପୁର୍ବରୁ ଡେରା ନାମରେ ନାମକରଣ କରାଯାଇଥିଲା । କୁହାଯାଏ କି ୧୭ତମ ଶତାବ୍ଦୀରେ ଶିଖ ଗୁରୁ ହର ରାୟଙ୍କ ପୁତ୍ର ରାମରାୟ ଏହି ସ୍ଥାନରେ ନିଜ ପାଇଁ ଏବଂ ନିଜ ଅନୁଗାମୀ ମାନଙ୍କ ପାଇଁ ଏଠାରେ ଏକ ଡେରା ପ୍ରତିଷ୍ଠା କରିଥିଲେ । ଧୀରେ ଧୀରେ ଏହି ସ୍ଥାନରେ ଅନେକ ଲୋକ ମଧ୍ୟ ନିଜ ନିଜ ଜୀବନଯାପନ ଆରମ୍ଭ କରିବାକୁ ଲାଗିଲେ । ଏବଂ ଏଠାକାର ଆଂଚଳିକ ଭାଷା ଅନୁଯାୟୀ ଲୋକମାନେ ଡେରା ବଦଳରେ ଦେହରା କହିବାକୁ ଲାଗିଲେ । ଅନ୍ୟପଟେ ଏହି ସ୍ଥାନ ଉପତ୍ୟକାରେ ଅବସ୍ଥିତ ଥିବାରୁ କେହି କେହି ଏହାକୁ ସ୍ଥାନୀୟ ଭାଷାରେ ଡୁନ୍ କହିବାକୁ ଲାଗିଲେ । ଏହି କାରଣରୁ ଧୀରେ ଧୀରେ ଏହି ସ୍ଥାନର ନାମ ଦେହରାଡୁନରେ ପରିବର୍ତ୍ତିତ ହୋଇଗଲା । ଇତିହାସର ପୃଷ୍ଠାରେ ଲୁଚି ରହିଛି ଅନେକ ରହସ୍ୟ ଯାହା ସମୟ ଅନୁସାରେ ଦେଶରେ ଅନେକ ସହର ଗୁଡିକରେ ବିଭିନ୍ନ ପରିବର୍ତନ ଆଣିଦେଇଛି ।
ବର୍ତ୍ତମାନର ହାଇଦ୍ରାବାଦ ଇତିହାସରେ ଭାଗ୍ୟନଗର ନାମରେ ପରିଚିତ ଥିଲା । ଇତିହାସ ପୃଷ୍ଠାର କିଛି ସ୍ଥାନରେ ଏହି କଥା ଦୃଶ୍ୟମାନ ହୋଇଥାଏ । ଏକ ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ ହାଇଦ୍ରାବାଦର ନାମ ଅନେକ ଇତିହାସ ପୁସ୍ତକରେ ଭାଗ୍ୟନଗର ରୂପେ ଲେଖାଯାଇଛି । ଭାଗ୍ୟଲକ୍ଷ୍ମୀ ଦେବୀଙ୍କ ନାମାନୁସାରେ ଏହି ସ୍ଥାନକୁ ଭାଗ୍ୟନଗର କୁହାଯାଉଥିଲା । ୧୮୧୬ ମସିହାରେ ବ୍ରିଟିଶ ନାଗରିକ ଐରାଁନ ଏରୋ ସ୍ମିଥ୍, ହାଇଦ୍ରାବାଦର ଏକ ନକ୍ସା ପ୍ରସ୍ତୁତ କରିଥିଲେ । ଯେଉଁ ନକ୍ସାରେ ସେ ହାଇଦ୍ରାବାଦ ନାମ ତଳେ ଭାଗ୍ୟନଗର ଏବଂ ଗୋଲକୁଣ୍ଡା ମଧ୍ୟ ଲେଖିଥିଲେ । ଐତିହାସିକ ଲେଖକ ନରେନ୍ଦ୍ର ଲୁଥରଙ୍କ ଦ୍ୱାରା ରଚିତ ପୁସ୍ତକ ଅନ୍ ଦ ହିଷ୍ଟ୍ରି ଅଫ୍ ଭାଗମତୀ ରେ ହାଇଦ୍ରାବାଦର ପୁରୁଣା ନାମ ଭାଗ୍ୟନଗର ଥିବା ନେଇ ସେ ଉଲ୍ଲେଖ କରିଛନ୍ତି ।