ବାଘ ଓ ହରିଣ ଛାଲ ଜବତ କଲା ଏସଟିଏଫ୍, ଜଣେ ଗିରଫ

ବୌଦ୍ଧ : (ସଂକେତ୍ ଟିଭି) ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳ ସାତକୋଶିଆ ଜଙ୍ଗଲ ଅଞ୍ଚଳରେ ଏସଟିଏଫ ଟିମ ଚଢ଼ାଉ କରି ଗୋଟିଏ ହରିଣ ସମ୍ବର ଓ କଲରାପତରିଆ ବାଘ ଛାଲ ଜବତ କରିଛି । ଏହି ଘଟଣାରେ ଜଣେ ବନ୍ୟଜନ୍ତୁ ତସ୍କରକୁ ଗିରଫ କରାଯାଇଛି । ରାକେଟରେ ଆଉ କିଏ ସଂପୃକ୍ତ ଅଛନ୍ତି, ସେନେଇ ପଚରାଉଚରା ଚାଲିଛି ।

ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲାରେ ବନ୍ୟପ୍ରାଣୀ ଚମଡ଼ା କାରବାର ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ ଟିମ୍ଚା ଚାରିଛକର ଫରେଷ୍ଟ ବଙ୍ଗଳାରେ ୫ ଦିନ ହେବ ଡେରା ପକାଇଥିଲା । ଗତକାଲି ସନ୍ଧ୍ୟାରେ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ କର୍ମଚାରୀଙ୍କ ସହାୟତାରେ ଏସ୍‌ଟିଏଫ୍ ହରଭଙ୍ଗା ଥାନା ଅଞ୍ଚଳରେ ଚଢ଼ାଉ କରିଥିଲା। ଏହି ସୂଚନା ଆଧାରରେ ଗ୍ରାକ ବେଶରେ ଯାଇ ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ଚାଲିଥିବା ବେଳେ ଏସ୍‌ଟିଏଫ୍ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ କଲତାପତରିଆ ବାଘର ଛାଲ ସହିତ ଦୁଇଟି ହରିଣ ଛାଲ ଜବତ କରିଥିଲା।