ବାଲେଶ୍ବରରେ ସେକ୍ସ ରାକେଟ୍ : ୪ ମହିଳାଙ୍କ ସମେତ ୧୩ ଗିରଫ
ବାଲେଶ୍ବର : (ସଂକେତ୍ ଟିଭି) ବାଲେଶ୍ୱର ପୋଲିସ ବସ୍ତା, ସିଂଲା ଓ ବାଲେଶ୍ୱର ସହରର ମେଘଡମ୍ବୁରୁ ଅଞ୍ଚଳରୁ ତିନିଟି ସେକ୍ସ ରାକେଟ ଠାବ କରିଛି। ଏହି ଅଭିଯୋଗରେ ୨ ବାଂଲାଦେଶୀ ଯୁବତୀଙ୍କ ସହ ୬ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ସେପଟେ ଏହି କାରବାରରେ ସଂପୃକ୍ତ ୪ ଜଣ ମହିଳାଙ୍କ ସମେତ ୧୩ ଜଣଙ୍କୁ ଗିରଫ କରାଯାଇଛି। ବାଲେଶ୍ବର ଏସପି ସାଗରିକା ନାଥ ଏହି ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ବାଲେଶ୍ୱରର ବସ୍ତା, ସିଂଲା ଓ ବାଲେଶ୍ୱର ସହରର ମେଘଡମ୍ବୁରୁ ଅଞ୍ଚଳରୁ ଏହି ସେକ୍ସ ରାକେଟ ଠାବ ହୋଇଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ବସ୍ତା, ବାଲିଆପାଳରୁ ୪ ଜଣ, ସିଂଲାରୁ ୩ ଜଣ, ବାଲେଶ୍ୱର ସହରରୁ ଚାରି ଜଣ, ଖୋର୍ଦ୍ଧାରୁ ଜଣେ ଓ ପଶ୍ଚିମବଙ୍ଗରୁ ଜଣକୁ ଗିରଫ କରାଯାଇଛି। ଏହି ଅଭିଯୋଗରେ ବସ୍ତା ଓ ସିଂଲା ଥାନାରେ ୨ ମାମଲା ରୁଜୁ ହୋଇଛି।
ଏହି ଅପରାଧରେ ଅନ୍ୟ କେଉଁମାନଙ୍କର ସମ୍ପୃକ୍ତି ରହିଛି, ସେନେଇ ତଦନ୍ତ ଜାରି ରହିଛି ବୋଲି ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି। ଉଦ୍ଧାର ହୋଇଥିବା ଯୁବତୀମାନେ ବାଂଲାଦେଶରୁ କିପରି ବାଲେଶ୍ୱର ଆସିଲେ? ରାଜ୍ୟର ଅନ୍ୟ କେଉଁ ସ୍ଥାନକୁ ଏହି ଯୁବତୀମାନଙ୍କୁ ଚାଲାଣ କରାଯାଉଥିଲା ସେନେଇ ଏବେ ପୋଲିସ ତଦନ୍ତ ଜାରି ରଖିଛି।