ପାଞ୍ଚ ବର୍ଷରେ ୨୬,୨୪୭ ନିଖୋଜ ମହିଳାଙ୍କ ପତ୍ତା ମିଳୁନି
ଭୁବନେଶ୍ବର : (ସଂକେତ୍ ଟିଭି) ରାଜ୍ୟରେ ୨୦୨୨ରେ ୯ହଜାର ୮୨୦ଜଣ ମହିଳା ନିଖୋଜ ହୋଇଛନ୍ତି । ସେଥି ମଧ୍ୟରୁ ୩୪୭୬ଜଣଙ୍କୁ ଉଦ୍ଧାର କରାଯାଇଛି । ସେହିପରି ୪୨୫୦ବାଳିକା ନିଖୋଜ ହୋଇଥିବାବେଳେ ୨୩୮୬ଉଦ୍ଧାର ହୋଇଛନ୍ତି । ବାଳକଙ୍କ କ୍ଷେତ୍ରରେ ୫୦୭ଜଣ ନିଖୋଜ ହୋଇଥିବାବେଳେ ୩୪୨ଜଣଙ୍କୁ ଉଦ୍ଧାର କରାଯାଇଛି । ୨୦୧୮ରୁ ୨୦୨୨ ଅର୍ଥାତ୍ ୫ବର୍ଷ ମଧ୍ୟରେ ୨୬,୨୪୭ଜଣ ମହିଳାଙ୍କ ପତ୍ତା ମିଳିନି ।
ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଦର୍ଶାଇଛନ୍ତି ଯେ, ୨୦୧୮ ମସିହାରେ ୨୦୫୩ ବାଳିକା ନିଖୋଜ ହୋଇଥିବା ବେଳେ ୧୮୫୮ଜଣଙ୍କୁ ଉଦ୍ଧାର କରାଯାଇଛି । ୨୦୧୯ରେ ନିଖୋଜ ଓ ଉଦ୍ଧାର ଯଥାକ୍ରମେ ୨୫୯୩ – ୨୨୯୮, ୨୦୨୦ରେ ୨୫୫୮- ୨୦୬୧, ୨୦୨୧ରେ ୨୪୫୨-
୧୫୧୨ । ସେହିପରି ବାଳକଙ୍କ କ୍ଷେତ୍ରରେ ୨୦୧୮ରେ ନିଖୋଜ ସଂଖ୍ୟା ୪୯୦ ଓ ଉଦ୍ଧାର ସଂଖ୍ୟା ୪୪୨, ୨୦୧୯ରେ ୫୩୮-୪୭୭, ୨୦୨୦ରେ ୩୩୯-୨୭୯, ୨୦୨୧ରେ ୨୧୯-୧୫୧ । ମହିଳା କ୍ଷେତ୍ରରେ ୨୦୧୮ରେ ନିଖୋଜ ସଂଖ୍ୟା ୮୦୫୩ ଓ ଉଦ୍ଧାର ସଂଖ୍ୟା ୪୨୦୩, ୨୦୧୯ରେ ୯୬୮୭- ୪୭୯୬, ୨୦୨୦ରେ ୮୯୭୦- ୩୬୭୦, ୨୦୨୧ରେ ୭୩୧୬- ୧୪୫୧ ।
ମହିଳା, ନାବାଳିକା ଚାଲାଣ ମାମଲାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଦଣ୍ଡବିଧାନ ହାର ଜାତୀୟ ଅନୁପାତରେ କେତେ ଅଛି ଏସମ୍ବନ୍ଧରେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।