BusinessFeaturedLatest

ଏଟିଏମରେ ରହିବ ୨୦୦୦ ଟଙ୍କିଆ ନୋଟ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଏଟିଏମରେ ୨୦୦୦ ଟଙ୍କିଆ ନୋଟ୍‌ ଭର୍ତ୍ତି କରିବା ନେଇ ବ୍ୟାଙ୍କଗୁଡ଼ିକୁ କିଛି ବି ନିର୍ଦେଶ ଦିଆଯାଇନାହିଁ । ଏଟିଏମରେ କେଉଁ ନୋଟ୍‌ ଭର୍ତ୍ତି କରାଯିବ ସେ ନିଷ୍ପତ୍ତି ବ୍ୟାଙ୍କଗୁଡ଼ିକ ନିଜେ ନେଉଛନ୍ତି । ଏଟିଏମରେ ୨୦୦୦ ଟଙ୍କିଆ ରଖିବା ପାଇଁ ବ୍ୟାଙ୍କଗୁଡ଼ିକୁ ମନା କରାଯାଇନାହିଁ । ଅତୀତର ବ୍ୟବହାର ଧାରା, ଗ୍ରାହକଙ୍କ ଆବଶ୍ୟକତା ଏବଂ ଋତୁ ଭିତ୍ତିକ ଧାରାକୁ ବିଚାରକୁ ନେଇ ବ୍ୟାଙ୍କଗୁଡ଼ିକ ଏଟିଏମରେ ଟଙ୍କା ଭର୍ତ୍ତି କରୁଛନ୍ତି ବୋଲି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।

ସେ କହିଛନ୍ତି ଯେ ୨୦୧୭ ମାର୍ଚ୍ଚ ସୁଦ୍ଧା ପ୍ରଚଳନରେ ଥିବା ୫୦୦ ଓ ୨୦୦୦ ଟଙ୍କିଆର ମୂଲ୍ୟ ୯.୫ ଲକ୍ଷ କୋଟି ଟଙ୍କା ଥିଲା । ୨୦୨୨ ମାର୍ଚ୍ଚ ସୁଦ୍ଧା ତାହା ୨୭.୦୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।