ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମମତା ବାନାର୍ଜୀ
ଭୁବନେଶ୍ବର : (ସଂକେତ୍ ଟିଭି) ଓଡିଶା ଗସ୍ତରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ ।
ମମତା ବାନାର୍ଜୀ ବୁଧବାର ଭୁବନେଶ୍ବରରେ ପହଞ୍ଚି ପୁରୀ ଅଭିମୁଖେ ଯାଇଥିଲେ । ଗିରଳ ନିକଟରେ ବଙ୍ଗଳା ଯାତ୍ରୀ ନିବାସ ପାଇଁ ଜମି ଦେଖିବା ସହ ସେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଗୁରୁବାର ସେ ପୁରୀରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ । ଜିଲ୍ଲାପାଳ, ଏସପି, ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ତାଙ୍କୁ ଭେଟି ଜିଲ୍ଲା ପ୍ରଶାସନ ପକ୍ଷରୁ ଉପହାର ଦେଇଥିଲେ ।