LatestSports

୨୦୧୧ର ବଦ୍‌ଲା ୨୦୨୩ରେ ନେବୁ : ସୋଏବ ଅଖତାର

ମୁମ୍ବାଇ : (ସଂକେତ୍ ଟିଭି) ଆଉ ମାସ କେଇଟା ପରେ ଆରମ୍ଭ ହେବ ଦିନିକିଆ ବିଶ୍ୱକପ୍ । ଭାରତରେ ୨୦୨୩ କ୍ରିକେଟ୍ ବିଶ୍ୱକପ୍ ହେବାକୁ ଯାଉଛି । ତାପୂର୍ବରୁ ସବୁ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହାପୂର୍ବରୁ ପାକିସ୍ତାନର ଦ୍ରୁତ ବୋଲର ସୋଏବ ଅଖତାର ଏକ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ଯେ, ଚଳିତ ବର୍ଷ ଭାରତରେ ହେବାକୁ ଥିବା ୨୦୨୩ ବିଶ୍ୱକପ୍ ଫାଇନାଲ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ । ଭାରତ ୨୦୧୧ରେ ବିଶ୍ବକପ୍‌ର ସେମିଫାଇନାଲ୍‌ରେ ପାକିସ୍ତାନକୁ ହରାଇଥିଲା ଯାହାଫଳରେ ପାକିସ୍ତାନ ୨୦୧୧ ବିଶ୍‌କପ୍‌ରୁ ବିଦା ହୋଇଥିଲା । ପରେ ଭାରତ ଶ୍ରୀଲଙ୍କାକୁ ହରାଇ ଚମ୍ପିଆନ୍ ହୋଇଥିଲା । କିନ୍ତୁ ଏଥର ତାହା ହେବନି । ଚଳିତ ବିଶ୍ୱକପ୍‌ରେ ୨୦୧୧ରେ ପ୍ରତିଶୋଧ ନେବ ପାକିସ୍ତାନ । ଭାରତକୁ ପରାସ୍ତ କରି ୨୦୨୩ ବିଶ୍ୱକପ୍ ଟ୍ରଫି ବି ଜିତିବ ।

ସେହିପରି କେବଳ ବିଶ୍ୱକପ୍ ନୁହେଁ ବରଂ ଏସିଆ କପ୍‌କୁ ନେଇ ବି ବୟାନ ଦେଇଛନ୍ତି ।ଚଳିତ ଏସିଅ । କପ୍‌ର ଆୟୋଜନ ପାକିସ୍ତାନ କରିବ । କିନ୍ତୁ ବିସିସିଆଇ ନିଜ ଟିମ୍‌କୁ ପାକିସ୍ତାନକୁ ପଠାଇବାକୁ ସିଧା ମନା କରିଦେଇଛି । ଯାହାର ଜବାବରେ ପାକିସ୍ତାନ ବୋର୍ଡ କହିଥିଲା କି, ଯଦି ଭାରତ ତା ଟିମ୍‌କୁ ଏସିଅ । କପ୍ ଖେଳିବାକୁ ପାକିସ୍ତାନ ପଠାଇବନାହିଁ । ପାକିସ୍ତାନ ବି ୨୦୨୩ ବିଶ୍‌କପ୍‌କୁ ବହିଷ୍କାର କରିବ । ଏହିକୁ ଏକ ପ୍ରସଙ୍ଗ କରି ଆଲୋଚନା ନକରିବା ଉଚିତ୍ । ବିସିସିଆଇ ଭାରତ ସରକାରଙ୍କୁ ନପଚାରି କିଛି ବି କରିପାରିବେନି କି ପାକିସ୍ତାନ ବୋର୍ଡ ବି ସରକାରଙ୍କ ନପଚାରି କିଛି କରିପାରିବନି । ତେଣୁ ପୂର୍ବତନ ଖେଳାଳିମାନେ ଆବଶ୍ୟକ ନଥାଇ ବୟାନ ନଦିଅନ୍ତୁ ।