ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁରେ ମାନହାନି ମାମଲା କରିବେ ରେଣୁକା ଚୌଧୁରୀ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ସଂସଦରେ ସୁର୍ପଣଖା ଆକ୍ଷେପ କରି କହିଥିବା କମେଣ୍ଟକୁ ନେଇ ମୋଦିଙ୍କ ବିରୋଧରେ ମାନହାନୀ ମାମଲା ଦାୟର କରିବେ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ । ସଂସଦରେ ମୋଦି ସୃପନେଖା ଉପରେ କମେଣ୍ଟ କରିଥିବା ଭିଡିଓକୁ ଟ୍ବିଟ କରି ଲେଖିଛନ୍ତି ଦେଖିବା ଏବେ ଅଦାଲତ କେତେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ମୋଦି ରାଜ୍ୟସଭା ଅଧ୍ୟକ୍ଷକଙ୍କୁ ରେଣୁକାଙ୍କ ହସ ଉପରେ କିଛି ନକହିବା ପାଇଁ କହିଥିଲେ । ଅନେକ ବର୍ଷ ପରେ ରାମାୟଣ ସିରିଏଲ ପରେ ଏଭଳି ହସ ଦେଖିବାକୁ ମିଳିଥିବା ନେଇ ମୋଦି କହିଥିଲେ ।

ରେଣୁକା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଜଣେ ବୁଦ୍ଧିହୀନ । ସେଥିପାଇଁ ସେ ମୋତେ ସୃର୍ପଣଖା ବୋଲି କହିଥିଲେ । ମୁଁ ଏନେଇ ମୋଦିଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିବି । ଏବେ ଦେଖିବା କୋର୍ଟ କେତେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ରାହୁଲ ଗାନ୍ଧୀଙ୍କୁ ୨୦୧୯ ମସିହାରେ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ପରେ ରେଣୁକା ଏଭଳି ଟ୍ବିଟ କରିଛନ୍ତି ।

ମୋଦିଙ୍କ ସାଙ୍ଗିଆ ବ୍ୟବହାର କରି ସମୋଲୋଚକ ମନ୍ତବ୍ୟ ପାଇଁ ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ ଏବଂ ସଂସଦରୁ ତାଙ୍କ ସଦସ୍ଯତା ରଦ୍ଧ ହେବା ପରେ ଆରମ୍ଭ ହୋଇଛି ରାଜନୀତି । ଏକାଧିକ ପାର୍ଟିର ନେତା ଏହି ଘଟଣାକୁ କଡା ସମାଲୋଚନା କରିଥିବା ବେଳେ କଂଗ୍ରେସ ନେତା ଏହାକୁ ବିରୋଧ କରିଛନ୍ତି ।

ରେଣୁକା ଅନ୍ୟ ଏକ ଟ୍ବିଟରେ କହିଛନ୍ତି ରାହୁଲ ଗାନ୍ଧୀ ଦୁର୍ନୀତି ବିରୋଧରେ ଲଢିଥିବା ବେଳେ ଏହି ଘଟଣା ପାଇଁ କ୍ଷମା ମାଗିବା ପାଇଁ ମନା କରିଦେଇଛନ୍ତି । ସେ ସତ କହିଥିବାରୁ କ୍ଷମା ମାଗିବେ ନାହିଁ ବୋଲି କହିଛନ୍ତି ।