ମହୁମାଛି ଆକ୍ରମଣ କରିବାରୁ ୫୦ ଫୁଟ ଉଚ୍ଚ ହୋଡିଂରୁ ଖସି ପଡି ଯୁବକଙ୍କ ମୃତ୍ୟୁ

ଭୁବନେଶ୍ବର : (ସଂକେତ୍ ଟିଭି) ମହୁମାଛି ଆକ୍ରମଣ କରିବାରୁ ୫୦ ଫୁଟ ଉଚ୍ଚ ହୋଡିଂରୁ ଖସି ପଡି ଯୁବକ ମୃତ୍ୟୁ କରିଛନ୍ତି । ବାରଙ୍ଗ ଥାନା ବଙ୍ଗାଳି ସାହି ଛକ ନିକଟରେ ଏମିତି ଅଘଟଣ ଘଟିଛି ।

ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଟୋରେଣ୍ଟ ଆଡ଼ଭାଇଟାଇଜମେଣ୍ଟ କମ୍ପାନୀ ଅଧୀନରେ କାମ କରୁଥିବା ଦୁଇ ଜଣ ଯୁବକ ବିଳମ୍ବିତ ରାତିରେ ବାରଙ୍ଗ ବଙ୍ଗାଳି ସାହି ଛକରେ ଥିବା ୫୦ ପୁଟ ହୋଡିଂ ଉପରେ ଚଢ଼ି କାମ କରୁଥିଲେ । ଏହି ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ ।

ଏହି ମହୁମାଛି ଆକ୍ରମଣରେ ଜଣେ ଯୁବକ ହୋଡିଂ ଉପରୁ ଏକ ପରିତ୍ୟକ୍ତ ଆଜବେଷ୍ଟ ଘର ଉପରେ ଖସି ପଡ଼ିଥିଲେ । ଫଳରେ ଯୁବକ ଜଣଙ୍କ ଆଜବେଷ୍ଟ ଭାଙ୍ଗି ଘର ଭିତରେ ପଡ଼ି ଗୁରୁତର ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ଅନ୍ୟ ସହଯୋଗୀ ମାନେ ଗୁରୁତର ଯୁବକଙ୍କୁ ଚିକିତ୍ସା ନିମନ୍ତେ କଟକ ସିଟି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ ଯୁବକ ଜଣକ କଟକ ଜିଲ୍ଲା ଗୁରୁଡ଼ି ଝାଟିଆ ଥାନା ଅଧିନ କୁସପାଙ୍ଗି ଗ୍ରାମର ବିଜୟ କୁମାର ବେହେରା ବୋଲି ଜଣାପଡ଼ିଛି । ଏ ସଂକ୍ରାନ୍ତରେ ବିଜୟ କୁମାର ବେହେରାଙ୍କ ପିତା ପ୍ରେମା ବେହେରା ବିଜୟ କାମ କରୁଥିବା କମ୍ପାନୀ କର୍ତ୍ତୃପକ୍ଷଙ୍କ ନାମରେ ବାରଙ୍ଗ ଥାନା ଏକ ଲିଖିତ ଅଭିଯୋଗ କରିଛନ୍ତି ।