ଏନ୍‌ଏଚ୍‌ ୫୫ କାମ ତୁରନ୍ତ ସାରିବାକୁ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : (ସଂକେତ୍ ଟିଭି) କଟକ-ଅନୁଗୋଳ-ସମ୍ବଲପୁର ଜାତୀୟ ରାଜପଥ ୫୫ ପ୍ରସଙ୍ଗରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ୨୦୧୭ ମସିହାରୁ ଏହି ରାସ୍ତା କାମ ଜାତୀୟ ରାଜପଥ ପ୍ରାଧିକରଣ କରୁଛି । ୫ ବର୍ଷ ବିତି ଯାଇଥିଲେ ମଧ୍ୟ ରାସ୍ତା କାମ ସରୁନି । ଏହାକୁ ତୁରନ୍ତ ସାରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ପଶ୍ଚିମ ଓଡିଶାର ଜୀବନରେଖା ହେଉଛି ଜାତୀୟ ରାଜପଥ ୫୫ । ଲକ୍ଷ ଲକ୍ଷ ଲୋକ ରାସ୍ତା ଉପରେ ନିର୍ଭର କରୁଛନ୍ତି । ଦୁଇ ବର୍ଷ ମଧ୍ୟରେ ୩୯୯ଟି ଏ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି । ସେଥିରେ ୧୯୬ ଜଣଙ୍କର ଜୀବନ ଯାଇଛି । ଏହି କାରଣରୁ କଟକ-ଅନୁଗୁଳ-ସମ୍ବଲପୁର ଜାତୀୟ ରାଜପଥ ୫୫ର କାମରେ ହସ୍ତକ୍ଷେପ କରି ଏ ରାସ୍ତା କାମ ତୁରନ୍ତ ସାରିବା ପାଇଁ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ଅନୁରୋଧ କରିଛନ୍ତି।