ପରୀକ୍ଷଣ ସମୟରେ ମିସ୍ଫାୟାର ହେଲା ତିନୋଟି ମିସାଇଲ୍
ନୂଆଦିଲ୍ଲୀ : (ସଂକେତ୍ ଟିଭି) ପରୀକ୍ଷଣ ସମୟରେ ମିସ୍ଫାୟାର ହେଲା ତିନୋଟି କ୍ଷେପଣାସ୍ତ୍ର । ତିନୋଟି ଯାକ ମିସାଇଲ୍ ଅଲଗା ଅଲଗା ଗାଁରେ ପଡିବା ଦ୍ୱାରା ଜୋରଦାର୍ ଶବ୍ଦ ମଧ୍ୟ ହୋଇଥିଲା । ଏଭଳି ଘଟଣା ଘଟିଛି ରାଜସ୍ଥାନର ପୋଖରଣ ଫିଲ୍ଡର ଫାୟାରିଂ ରେଞ୍ଜରେ ।
ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ଭୂ-ପୃଷ୍ଠରୁ ଆକାଶକୁ ନିକ୍ଷେପ କରୁଥିବା ୩ଟି ମିସାଇଲର ପରୀକ୍ଷଣ ହୋଇଥିଲା । ହେଲେ ନିଜ ଟାର୍ଗେଟରେ ପହଞ୍ଚିବା ବଦଳରେ ସମସ୍ତ ମିସାଇଲ ମିସ୍ ଫାୟାର ହୋଇଥିଲା । ଯାହାଫଳରେ କି ରେଞ୍ଜ ବାହାରକୁ ଚାଲିଯାଇଥିଲା । ତିନୋଟି ଯାକ ମିସାଇଲ୍ ଅଲଗା ଅଲଗା ଗାଁରେ ପଡିବା ଦ୍ୱାରା ଜୋରଦାର୍ ଶବ୍ଦ ମଧ୍ୟ ହୋଇଥିଲା । କିନ୍ତୁ ସୌଭାଗ୍ୟବଶତଃ ଏହି ସମୟରେ ବିଲରେ କୌଣସି ଲୋକ ଉପସ୍ଥିତ ନଥିଲେ । ଯାହାଦ୍ୱାର ଏକ ବଡ଼ ଧରଣର ଅଘଟଣରୁ ବର୍ତ୍ତି ଯାଇଛନ୍ତି ।
ତେବେ ମିଳିଥିବା ସୂଚନାନୁସାରେ, ବର୍ତ୍ତମାନ ଯାଏଁ ୨ଟି ମିସାଇଲ୍ ଧ୍ୱଂସାବଶେଷ ମିଳିଥିବା ବେଳେ ଆଉ ଗୋଟିଏର କୌଣସି ସୂଚନା ମିଳିନାହିଁ । ପୋଲିସ ଓ ସେନା ପକ୍ଷରୁ ମିସାଇଲ୍ ଠାବ କରିବାକୁ ଉଦ୍ୟମ କରାଯାଉଛି । ଏହି ମାମଲାରେ ପ୍ରତିରକ୍ଷା ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି ଯେ, ସୈନ୍ୟ ଅଭ୍ୟାସ ସମୟରେ ମିସାଇଲ୍ଟି ମିସ୍ଫାୟାର ହୋଇଛି । ଏଥିରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନାହିଁ । ଘଟଣାର ତଦନ୍ତ ଜାରି ରହିଛି । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।