ନୂଆ ସଭାପତି ମନମୋହନ ସାମଲଙ୍କୁ ଜୋରଦାର ସ୍ବାଗତ କଲା ରାଜ୍ୟ ବିଜେପି

ଭୁବନେଶ୍ବର : (ସଂକେତ୍ ଟିଭି) ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନୂଆ ସଭାପତି ମନମହୋନ ସାମଲଙ୍କୁ ରବିବାର ଅପରାହ୍ଣରେ ଜୋରଦାର ସ୍ବାଗତ କରାଯାଇଛି । ବିଜେପି ପକ୍ଷରୁ ଆୟୋଜିତ ଦଳୀୟ କର୍ମୀମାନେ ନୂତନ ସଭାପତି ମନମୋହନ ସାମଲଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଛନ୍ତି।

ପ୍ରଥମେ ସକାଳେ ଭଦ୍ରକରୁ ବାହାରିଥିଲେ ମନମୋହନ । ରାସ୍ତା ସାରା ବିଜେପି କର୍ମୀମାନେ ଛକଛକରେ ଅପେକ୍ଷା କରିଥିବା ବେଳେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ । ଭୁବନେଶ୍ବରରେ ପହଞ୍ଚିବା ପରେ ରାମ ମନ୍ଦିର ଛକରେ ପାରମ୍ପରିକ ବାଦ୍ୟ ଓ ସଙ୍ଗୀତ ମାଧ୍ୟମରେ ନୂତନ ସଭାପତିଙ୍କୁ ରାଜ୍ୟ କାର୍ଯ୍ୟାଳୟକୁ ପାଛୋଟି ଆଣିଥିଲେ ଦଳର ତୁଙ୍ଗ ନେତା ଏବଂ କର୍ମୀ ।

ଭୁବନେଶ୍ବର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପ୍ରଭାରୀ ଡି ପୁରନ୍ଦେଶ୍ବରୀ, ଜୁଏଲ ଓରାମ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବସନ୍ତ ପଣ୍ଡା, ସଂଗୀତା ସିଂହଦେଓ, ପ୍ରତାପ ଷଡ଼ଙ୍ଗୀ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ଲେଖାଶ୍ରୀ ସାମନ୍ତସିଂହାର, କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ।